ଶହୀଦ ଦିବସ ପଦଯାତ୍ରା ପାଳନ

  • ଶହୀଦ ଦିବସ ପଦଯାତ୍ରା ଶ୍ରମଦାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଯୁବ ଏବଂ ଖେଳ ମନ୍ତ୍ରଣାଳୟର ଅଧୀନରେ ଥିବା ମେରା ଯୁବା ଭାରତ ବରଗଡ଼ ଦ୍ୱାରା ଝାରବନ୍ଧ ବ୍ଲକ ସରଗୁଳ ସ୍ଥିତ ଐତିହାସିକ ସିମୁଲିଖୋଲ ଠାରେ ମେରା ଯୁବା ଭାରତ ବରଗଡ଼ ତରଫରୁ ଜିଲ୍ଲା ସ୍ତରୀୟ ଶହୀଦ ଦିବସ ପଦଯାତ୍ରା ଅନଷ୍ଠିତ ହୋଇଥିଲା । ଭାରତୀୟ ସ୍ୱାଧୀନତା ସଂଗ୍ରାମର ବୀର ସହିଦ ଭଗତ ସିଂ, ରାଜଗୁରୁ, ସୁକଦେବ ବଳିଦାନକୁ ସ୍ମରଣ ପୂର୍ବକ ଅତିଥିଙ୍କ ଦ୍ଵାରା ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା । ଏହି କର୍ଯ୍ୟକର୍ମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେର, ସରପଞ୍ଚ ସୁନୀଲ କୁମର ରାୟ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଦୁର୍ଗା ପ୍ରସାଦ ଅଗ୍ରୱାଲ, ହରିହର ସାହୁ, ଉମେଶ ବିଶ୍ଵାଳ ଏବଂ ମୁଖ୍ୟ ବକ୍ତା ଭାବରେ ପତିତପାବନ ସାହୁ ଯୋଗଦାନ୍ କରିଥିଲା । ଅତିଥିମାନେ ଶହୀଦ ବୀରଙ୍କ ଦେଶପ୍ରେମ ,ତ୍ୟାଗ, ବଳିଦାନ ଆଦର୍ଶକୁ ପାଥେୟ କରି ସମାଜ ତଥା ନିଜର ବ୍ୟକ୍ତିତ୍ୱ ବିକାଶ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏକ ପଦଯାତ୍ରା ସିମୁଲିଖୋଲ ଠାରେ ଅନୁଷ୍ଠିତ କରାଯାଇଥିଲା । ଜିଲ୍ଲା ଯୁବ ଅଧିକାରୀ କମଳ ସାଙ୍କ ତତ୍ୱାବଧାନରେ ସଭା ଅନୁଷ୍ଠିତ ହୋଇଥିଲାବେଳେ ତରୁଣ ପଟେଲ, ସନାତନ ପାଣ୍ଡେ, ଦୁର୍ଯ୍ୟୋଧନ ପାଣ୍ଡେ, ଅନିଲ ସହୁ, ଡେଭିଡ ସିଂ ବରିହା, ଅନିଲ ଲୁହାର, ଦିବ୍ୟ ରତାନ କୌଶଳ, ଲେନିଶ ଚନ୍ଦ୍ର ସାହୁ, ରିଙ୍କୁ ପ୍ରଧାନ, ସୌରଭ ବାରିକ, ବିଜୟ ବାଗ, ବିଜୁ କେଉଁଟ, କିଶୋର ପଟେଲ, ତ୍ରିଲୋଚନ ଗଜାକୁଶ, କ୍ଷୀରସିନ୍ଧୁ ଭୋଇ, ତୁଳସୀରାମ ବରିହା ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.