ବ୍ରହ୍ମପୁର, (କେପିଏନ୍ଏସ୍) : ସୂଜନୀର ପ୍ରତିଷ୍ଠାତା ବନ୍ଦିତା ତ୍ରିପାଠୀଙ୍କ ପ୍ରୟାସରେ ବ୍ରହ୍ମପୁରର ଖୋଦାସିଙ୍ଗି ସ୍ଥିତ”ଗ୍ରୀଲଇନ୍” ଠାରେ ପୋଡକାଷ୍ଟ ଚ୍ୟାନେଲ୍ “ନୟାଦୌର”ର ଉନ୍ମୋଚନ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହରର ବହୁତ ଶିକ୍ଷାବିତ ଓ ସୋସିଆଲ ଏକ୍ଟିଭିଷ୍ଟସ ଯୋଗ ଦେଇ ଅନୁଷ୍ଠାନକୁ ଅଧିକ ଗରିମାମୟ କରିଥିଲେ । ସାମ୍ବାଦିକ ସୁଦିପ ସାହୁ, ବିଜେପି ନେତା ବାଳକୃଷ୍ଣ ସାମନ୍ତ ରାୟ, ଏଡିଭି, ମନୋଜ ସେଠି, ପ୍ରଣୟ ମହାପାତ୍ର, ଯୁବନେତା ସଚିନ ପଣ୍ଡା, ପୁଷ୍ପଲତା ପାଣିଗ୍ରାହୀ, ଆଶ୍ମିତା ସାହୁ, ଏଡିଭି ପ୍ରଜ୍ଞା ପଣ୍ଡା, ଶବନା ଦାସ, ବିଷ୍ଣୁପ୍ରିୟା ପଣ୍ଡା, କିରନ ବାଲା ନାୟକ ଯୋଗ ଦେଇଥିଲେ । ନୂତନ ଚିନ୍ତାଧାରା ଓ ସମାଜମୂଳକ ବିଷୟବସ୍ତୁକୁ ଆଗକୁ ଆଣିବାରେ “ନୟାଦୌର” ନିଶ୍ଚିତ ଭାବେ ଏକ ନୂଆ ପଦକ୍ଷେପ ହେବ । ଏହା ସମାଜ ପାଇଁ ଏକ ପ୍ରେରଣା ଯୋଗାଇଦେବ ।
Next Post