ଛତ୍ରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଉପ-ସଭାପତି ଶ୍ରୀମତୀ ଗୀତା ପାଢ଼ୀ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ କଣ୍ଢେଇ ଦିବସ ପାଳନର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଶିଶୁମାନଙ୍କୁ ତାଙ୍କ ଅଭିଭାଷଣରେ ଜୀବନ୍ତ କଣ୍ଢେଇର ଆଖ୍ୟା ସ୍ୱରୂପ ଶିଶୁମାନଙ୍କୁ ବୁଝାଇଥିଲେ । ମାଆମାନଙ୍କ ଦ୍ୱାରା ଅଦରକାରୀ ଜିନିଷରୁ ବିଭିନ୍ନ ପ୍ରକାର କଣ୍ଢେଇ ତିଆରି ହୋଇଥିବା ବିଭିନ୍ନ ବର୍ଗର ଯଥା :- କାଠ, ତୁଳା, କାଗଜ, ମାଟି ଆଦିରେ ନିର୍ମିତ କଣ୍ଢେଇ ବିଦ୍ୟାଳୟ ପରିସରରେ ପ୍ରଦର୍ଶିତ କରାଯାଇଥିଲା । ଶିଶୁ ବାଟିକା ପ୍ରମୁଖ ଶ୍ରୀମତୀ ବି. ସୁଶୀଳା ଅତିଥିମାନଙ୍କ ପରିଚୟ ପ୍ରଦାନ କରି ପିଲାମାନଙ୍କୁ ଆଶୀର୍ବଚନ ଦେଇ ସଭାରେ ଉପସ୍ଥିତ ସୁଧିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି ଅନୁଷ୍ଠାନର ସମସ୍ତ ଅଭିଭାବକ ମାଆ ଭଉଣୀମାନଙ୍କୁ କଣ୍ଢେଇ ତିଆରି ଉପରେ ସଚେତନତା ଦେଇ ଏହାର ବ୍ୟବହାରିକ ଉପଲବ୍ଧ ବିଷୟରେ ଗୁରୁତ୍ୱାରୋପ କରି କହିଥିଲେ । ଏହି ବର୍ଣ୍ଣାଢ୍ୟ ପରିବେଶରେ କଣ୍ଢେଇ ଦିବସ ପାଳିତ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିବା ବିଷୟରେ ସଭିଁଏ ଖୁସି ମନାଇଥିଲେ ।

Leave A Reply

Your email address will not be published.