ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ବିୟେଗରେ ଗଞ୍ଜାମ ଜିଲା ଭାରୋତ୍ତୋଳନ ସଂଘର ଶୋକସଭା

ବ୍ରହ୍ମପୁର : ରାଜ୍ୟର ଜଣାଶୁଣା ବରିଷ୍ଠ ଭାରୋତ୍ତୋଳକ ଭାସ୍କର ମହାରଣାଙ୍କ ଇତିମଧ୍ୟରେ ପରଲୋକ ହୋଇଯାଇଛି । ତାଙ୍କ ବିୟୋଗରେ ଗଞ୍ଜାମ ଜିଲ୍ଲା ଭାରୋତ୍ତୋଳନ ସଂଘର ଏକ ଶୋକସଭା ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଗଠନର ରାଜ୍ୟ ଉପସଭାପତି ତଥା ଜିଲା ସଭାପତି କୁମୁଦ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱ କରିଥିଲେ । ରାଜ୍ୟ ସଂଗଠନର ସାଧାରଣ ସମ୍ପାଦକ ନାରାୟଣ ସାହୁ, ଜିଲା କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ଦାଶ, ବରିଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟା ରବି ରଥ, ଜିଲା ସମ୍ପାଦକ ଗାଗାରିନ ନାୟକ, ସଂଗଠନର କର୍ମକର୍ତ୍ତା ଯଜ୍ଞ ନାରାୟଣ ନନ୍ଦ, ଉଦୟ ନାଥ ସେଠୀ, କେ. କୁର୍ମାରାଓ, ଗଣେଶ୍ୱର ସାହୁ, ପ୍ରଦୀପ କୁମାର ସାହାଣୀ, ଏସ. ରାମାରାଓ, ପୂର୍ଣ୍ଣଚନ୍ଦ୍ର ବେହେରା, ଶୂନ୍ୟଚନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ, ରମେଶ ପାଢ଼ୀ, ଲକ୍ଷ୍ମୀ ନାରାୟଣ ରାଉତ, ଭାସ୍କର ମହାନ୍ତି, ମନୋରଞ୍ଜନ ଦାସ, ପିଣ୍ଟୁ ମହାପାତ୍ର, କୁରା ଦାସ, ଆନନ୍ଦ ମହାଙ୍କୁଡ଼, କୋଚ୍‌ ରମେଶ ଚନ୍ଦ୍ର ସାହୁ ଓ ବିଷ୍ଣୁପ୍ରିୟା ନାୟକ, ଜଗନ୍ନାଥ ନାୟକ, ଦଣ୍ଡପାଣି ସାହୁଙ୍କ ସମେତ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହି ମହାରଣାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ମହାରଣା କେବଳ ଜଣେ ଭାରୋତ୍ତେ ।ଳକ ନଥିଲେ ସଂଗୀତ, ସଂସ୍କୃତିପ୍ରେମୀ ଓ ବୁଢ଼ୀ ଠାକୁରାଣୀ ଯାତ୍ରାର ରଥ ନିର୍ମାଣରେ ବେଶ ଭୂମିକା ଥିଲା । ତାଙ୍କ ବିୟୋଗ ବ୍ରହ୍ମପୁରବାସୀଙ୍କ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କଲା ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.