- ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା’ର ପରିବର୍ତ୍ତନଶୀଳ ପ୍ରଭାବ ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ଜନଔଷଧି ଦିବସ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଦ୍ୱାରା ସକାରାତ୍ମକ ଭାବେ ଉପକୃତ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ପଦକ୍ଷେପ ପ୍ରତ୍ୟେକ ନାଗରିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଔଷଧ ପାଇବା ସୁନିଶ୍ଚିତ କରିବା ଲାଗି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଶ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ଜନ ଔଷଧି କେନ୍ଦ୍ର ମାଧ୍ୟମରେ ଅଗଣିତ ପରିବାର ସ୍ୱାସ୍ଥ୍ୟସେବା ଖର୍ଚ୍ଚ ସଞ୍ଚୟ କରୁଛନ୍ତି ଏବଂ ସଠିକ୍ ଚିକିତ୍ସା ପାଉଛନ୍ତି ।
ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ପରିବର୍ତ୍ତନଶୀଳ ପ୍ରଭାବର ଏକ ଝଲକ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ଦ୍ୱାରା ସକାରାତ୍ମକ ଭାବେ ଉପକୃତ ହୋଇଥିବା ସମସ୍ତଙ୍କୁ ଜନଔଷଧି ଦିବସ ୨୦୨୬ ଅବସରରେ ମୋର ଶୁଭେଚ୍ଛା । ପ୍ରତ୍ୟେକ ନାଗରିକ ସୁଲଭ ମୂଲ୍ୟରେ ଗୁଣାତ୍ମକ ମାନର ଔଷଧ ପାଇପାରିବେ ବୋଲି ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜନଔଷଧି କେନ୍ଦ୍ର ମାଧ୍ୟମରେ ଅସଂଖ୍ୟ ପରିବାର ସ୍ୱାସ୍ଥ୍ୟସେବା ଖର୍ଚ୍ଚରେ ସଞ୍ଚୟ କରୁଛନ୍ତି ଏବଂ ଉପଯୁକ୍ତ ଚିକିତ୍ସା ପାଉଛନ୍ତି ।’’ “ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାର ପରିବର୍ତ୍ତନଶୀଳ ପ୍ରଭାବର ଏକ ଝଲକ ।