ସଇଁତଲା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସଇଁତଲା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି । ଗତବର୍ଷ ଠାରୁ ଆଜି ପର୍ଯ୍ୟନ୍ତ ଅନେକ ଲୋକଙ୍କ ମୋବାଇଲ ଫୋନ ହଜିଯାଇଥିବା ନେଇ ସଇଁତଲା ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ସଇଁତଲା ଥାନାଧିକାରୀ ଖଗପତି ବିଶ୍ୱାଳଙ୍କ ନେତୃତ୍ୱରେ ସମସ୍ତ ଅଭିଯୋଗକୁ ଗୁରୁତ୍ୱ ଦେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ଟେକ୍ନିକାଲ ଟ୍ରାକିଂ ମାଧ୍ୟମରେ ହଜିଯାଇଥିବା ମୋବାଇଲ ଫୋନଗୁଡ଼ିକୁ ଖୋଜିବାରେ ସଫଳ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ଯଶୋବନ୍ତ ପଧାନି ବିଭିନ୍ନ ସ୍ଥାନରୁ ମୋଟ ୮ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ଏହି ମୋବାଇଲଗୁଡ଼ିକୁ ଆଜି ସଇଁତଲା ଥାନାରେ ଅଭିଯୋଗକାରୀମାନଙ୍କୁ ହସ୍ତାନ୍ତର କରାଯାଇଛି । ଦୀର୍ଘଦିନ ପରେ ନିଜ ହଜିଯାଇଥିବା ମୋବାଇଲ ଫେରି ପାଇ ଲୋକମାନେ ଖୁସି ପ୍ରକାଶ କରିଥିବା ସହିତ ପୋଲିସର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏସଆଇ ଆଲୋକ ଭୋଇ, ଏସଆଇ ପୂର୍ଣ୍ଣିମା ଦେହୁରୀ, କନେଷ୍ଟବଳ ପାର୍ଥ ସାହୁ, କନେଷ୍ଟବଳ ବୀଣା ବେହେରା ପ୍ରମୁଖ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ ।
Next Post