ଟିଟିଲାଗଡ ପୂଜକ ବ୍ରହ୍ମ ସମାଜ ତରଫରୁ ଏନସିସି କ୍ୟାଡେଟ ପ୍ରିନ୍ସ ଶର୍ମାଙ୍କୁ କରାଗଲା ସମ୍ବର୍ଦ୍ଧନା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରେ ପଢୁଥିବା ଯୁକ୍ତ ତିନି ଦ୍ୱିତୀୟ ଶ୍ରେଣୀର ବିଜ୍ଞାନ ଛାତ୍ର ପ୍ରିନ୍ସ ଶର୍ମା ଚଳିତ ବର୍ଷ ଦିଲ୍ଲୀ ଠାରେ ଆୟୋଜିତ ସଧାରଣତନ୍ତ୍ର ଦିବସ ପ୍ୟାରେଡରେ ସାମିଲ ହୋଇ ରାଷ୍ଟ୍ରପତିଙ୍କୁ ଅଭିବାଦନ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ତେବେ ଦେଶ ସାରା ୧୭ ଲକ୍ଷ ଏନସିସି କ୍ୟାଡେଟମାନଙ୍କ ଭିତରୁ ଦୁଇ ହଜାର ପିଲାଙ୍କୁ ବାଛିବା ପରେ ପୁରୁଷ ବର୍ଗରେ ୧୪୫ ଜଣଙ୍କୁ ସାମିଲ କରିଥାନ୍ତି । ବହୁତ କଠିନ ପରିଶ୍ରମ ସ୍ୱରୂପ ପ୍ରିନ୍ସ ଟିଟିଲାଗଡ ଡିଏଭି ମହାବିଦ୍ୟାଳୟରୁ ଯାଇ ଏହି ଉପଲବ୍ଧି ହାସଲ କରିପାରିଛନ୍ତି । ତେବେ ପ୍ରିନ୍ସ ଶର୍ମା ହେଉଛନ୍ତି ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଦସ୍ୟ ସୁନିଲ ଶର୍ମା ଏବଂ ଶ୍ୟାମା ଶର୍ମାଙ୍କ ବଡ଼ ପୁଅ । ତେବେ ବୁଧବାର ସଂଧ୍ୟାରେ ପ୍ରିନ୍ସ ଶର୍ମାଙ୍କ ଘରକୁ ଟିଟିଲାଗଡ ପୂଜକ ବ୍ରହ୍ମ ସମାଜର ସଭାପତି ପ୍ରମୋଦ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସମାଜର ସଂପାଦକ ଉଦିଆ ଆଚାର୍ଯ୍ୟ, ଉପଦେଷ୍ଟା ଦେବୀ ପ୍ରସାଦ ଶର୍ମା, ସଞ୍ଜୟ ନାୟକ, ସଦସ୍ୟ ନଳିନୀ କାନ୍ତ ରଥ, ପବିତ୍ର ମିଶ୍ର, କିଶୋର ଚନ୍ଦ୍ର ଦାଶ, ରୂପକ ନାୟକ, ମାନସ ପାଣି ଓ ଅନ୍ୟ ସଦସ୍ୟମାନେ ତାଙ୍କ ଘରକୁ ଯାଇ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରି ପ୍ରିନ୍ସଙ୍କ ଉତ୍ତୋରତ୍ତର କାମନା କରିଛନ୍ତି ।

Leave A Reply

Your email address will not be published.