ବାହାଘରର ଆଠଦିନ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଇ ବାଇକ ମୁହାଁମୁହିଁ ଧକ୍କା । ବାହାଘରର ୮ ଦିନ ଆଗରୁ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର – ଚାରମାଳ ରାସ୍ତାର ହରିହର ଜୋର୍ ନିକଟରେ ଥିବା ପଲସାଦାଦର୍‌ରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ସମ୍ବଲପୁର ଜିଲ୍ଲା ଅରଖକୁଦ ଗାଁର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କୃଷ୍ଣ ଓ ଅନ୍ୟ ଜଣେ ଯୁବକ ବୀରମହାରାଜପୁର ଆଡ଼କୁ ବାଇକ୍ ଯୋଗେ ଆସୁଥିବାବେଳେ ବିପରୀତ ଦିଗରୁ ହୋଣ୍ଡା ୟୁନିକର୍ଣ୍ଣ ବାଇକରେ ଜଣେ ଯୁବକ ଦୃତଗତିରେ ଯାଉଥିଲେ । ଉଭୟେ ଭାରସାମ୍ୟ ହରାଇ ମୁହାଁମୁହିଁ ପିଟି ହୋଇଥିଲେ । ଫଳରେ କୃଷ୍ଣ ବାଇକରୁ ଛିଟିକି ପଡ଼ି ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି । ସମସ୍ତଙ୍କୁ ବୀରମହାରାଜପୁର ଉପଖଣ୍ଡ ମେଡ଼ିକାଲକୁ ନିଆଯାଇଥିବା ବେଳେ ଜଣେ ଗୁରୁତର ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ତେବେ ଆସନ୍ତା ୯ ତାରିଖରେ କୃଷ୍ଣଙ୍କ ବାହାଘର ଥିବାବେଳେ ସେ ନିମନ୍ତ୍ରଣ କାର୍ଡ ବାଣ୍ଟିବାକୁ ଯାଇଥିଲେ । ରାସ୍ତାର ନିର୍ମାଣ ଠିକ୍ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା କହିଛନ୍ତି ଅଞ୍ଚଳବାସୀ ।

Leave A Reply

Your email address will not be published.