ଭୋଗରାଇ, (କେପିଏନ୍ଏସ୍) : ଭୋଗରାଇ ବ୍ଲକ ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଦୋଳ ଉତ୍ସବ ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ହରିନାମ ସଂକୀର୍ତ୍ତନ ମହାମହୋତ୍ସବ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ଦିନ ସଂଧ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହିତ ଭକ୍ତି ସଂଗୀତ କାର୍ଯ୍ୟକ୍ରମ ହେବା ସଙ୍ଗେ ସଙ୍ଗେ ବହୁ ନାମିଦାମୀ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ଉତ୍ସବ ତା – ୩.୩.୨୬ ରିଖ ଠାରୁ ତା – ୭.୩.୨୬ ରିଖ ପାଞ୍ଚଦିନ ବ୍ୟାପି କାର୍ଯ୍ୟକ୍ରମ ପାଳନ କରାଯିବ ବୋଲି ଉତ୍ସବ କମିଟିର ସଭାପତି ତଥା ପଶ୍ଚିମବଙ୍ଗ ଘରୋଇ ରଶ୍ମି କମ୍ପାନୀର ପ୍ରକଳ୍ପ ମୁଖ୍ୟ ଇଂ ସୁବ୍ରତ କୁମାର ପାତ୍ର ସୂଚନା ଦେଇଛନ୍ତି ।