csstore

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ପିତା ମହାତ୍ମା ଗାନ୍ଧୀ ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁର ଆଗମନ କରିଥିଲେ । ସେହି ଆଗମନର ସ୍ମୃତିକୁ ଶହେ ବର୍ଷ ପୂର୍ତ୍ତି ହେଉଛି । ଜାତିର ପିତାଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସ୍ୱାଗତ କରିବା ସହିତ ଓଡ଼ିଶାରେ ମହାତ୍ମା ଗାନ୍ଧୀଙ୍କ ଆଗମନର ଶତବାର୍ଷିକୀ ଏବଂ ଓଡ଼ିଶାରେ ତାଙ୍କ ଯାତ୍ରାର ସ୍ମୃତି ପାଳନ ଲାଗି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ ସହିତ ମିଳିତ ଭାବରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ବର୍ଷେ ବ୍ୟାପୀ ଉତ୍ସବ ପାଳନ କରିବା ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଚଳିତ ଫେବୃଆରୀ ୧୦ ତାରିଖ ଅପରାହ୍ନ ୩ଟା ସମୟ୍ରରେ ସ୍ଥାନୀୟ ଇଂଜିନିୟରିଂ ସ୍କୁଲ ଛକ ସ୍ଥିତ ରାଜସ୍ୱ ଡାକବଙ୍ଗଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଏହି ଐତିହାସିକ କାର୍ଯ୍ୟକ୍ରମର ସଫଳ ରୂପାୟନ ଲାଗି ଗାନ୍ଧୀ ପ୍ରେମୀଙ୍କ ମୂଲ୍ୟବାନ ମତାମତ ଓ ସକ୍ରିୟ ଭାଗୀଦାରିତା ନିହାତି ଆବଶ୍ୟକ ହେଉଥିବା ବେଳେ ଗାନ୍ଧୀ ମହାତ୍ମାଙ୍କ ଓଡ଼ିଶା ମାଟିରେ ପାଦଚିହ୍ନର ସ୍ମାରକୀ କାର୍ଯ୍ୟକ୍ରମ ନିମନ୍ତେ କେଉଁ ବିଷୟଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ହେବ ସେ ସଂପର୍କରେ ଆଲୋଚନାରେ ମତାମତ ଦେବା ସହିତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ଆବାହକ ଭଗବାନ ସାହୁ ଓ ରବି ରଥ ଅନୁରୋଧ ଜଣାଇଛନ୍ତି ।

jayashree
Leave A Reply

Your email address will not be published.