ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଦ୍ୟ ତାରିଖ ୨୮ ଫେବୃଆରୀ ୨୦୨୬ ଦିନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ରାଜେନ୍ଦ୍ର ଯୁବକ ସଂଘ ତରଫରୁ ଏକ ବରିଷ୍ଟ ନାଗରିକମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ହାଟପଡ଼ା (ପରିଚୟ ଗୃହ) ଠାରେ ଅନୁଷ୍ଠିତ ହେଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ମାଗଣା ଔଷଧ ଓ ମାଗଣା ରକ୍ତ ପରୀକ୍ଷା କରାଯିବା ସହ ଡାକ୍ତର ପରାମର୍ଶ ସେବା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ସ୍ଥାନୀୟ ଆଶାକର୍ମୀ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଷ୍ଟାଫ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଡାକ୍ତର ନନ୍ଦ କିଶୋର ପାଢ଼ୀ, ଭୀମଭୋଇ ମେଡିକାଲ କଲେଜର ଡାକ୍ତର ଅହ୍ନିକ୍ କୁମାର ପାତ୍ର ଏବଂ ରାଜେନ୍ଦ୍ର ଯୁବକ ସଂଘର ପରିଚାଳକ ରାଜେନ୍ଦ୍ର ପାଣିଗ୍ରାହୀ ଓ ଅନୁଶ୍ରୀ ମୁଖାର୍ଜୀ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରଟିକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ତରଫରୁ ଏ.ପି.ଏମ ରାମାନୁଜ ପଣ୍ଡା ଓ ୟୁ.ଡି.ଏମ ଅନିଲ କୁମାର ମହାକୁର ତଦାରଖ କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ୧୧୨ରୁ ଅଧିକ ବରିଷ୍ଠ ରୋଗୀ ମାଗଣା ସେବା ଲାଭ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରଟି ସୂଚାରୁ ରୂପେ ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.