ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ତୁଳସୀଚଉରା ଦୁର୍ଗାପୂଜା ପଡିଆରେ ଫ୍ରେଣ୍ଡସ ୟୁନିୟନ ଓ ଶ୍ରୀଦୁର୍ଗା ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଜାତୀୟ ସ୍ତରୀୟ ଗୋଶାଳା କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନର ୧ମ ମ୍ୟାଚରେ ମହାକାଲ ଦଳ ୭ ଉଇକେଟରେ ରୁଦ୍ରାକ୍ଷ ଦଳକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ରୁଦ୍ରାକ୍ଷ ଦଳ ୧୨ ଓଭରରେ ୯ ଉଇକେଟରେ ହରାଇ ୧୩୮ ରନ କରିଥିବା ବେଳେ ମହାକାଲ ଦଳ ୧୦. ୨ ଓଭରରେ ୩ ଉଇକେଟରେ ହରାଇ ୧୪୧ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ମହାକାଲ ଦଳର ସୁଧାକର ନାଏକ ସର୍ବାଧିକ ୫୯ ଓ ଚନ୍ଦନ ସିଂ ୪ଟି ଉଇକେଟ ଅକ୍ତିଆର କରିଥିଲେ । ୨ୟ ମ୍ୟାଚରେ ଦାନୀ ଏକାଦଶ ୪ ଉଇକେଟରେ ଏଞ୍ଜେଲ ରଣାକୁ ପରାସ୍ତ କରିଥିଲା । ପ୍ରଥମେ ବ୍ୟାଟିଂ କରି ଏଞ୍ଜେଲ ରଣା ୧୨ ଓଭରରେ ୮ ଉଇକେଟରେ ହରାଇ ୧୨୭ ରନ କରିଥିବା ବେଳେ ଦାନୀ ଏକାଦଶ ୧୧. ୩ ଓଭରରେ ୬ ଉଇକେଟରେ ହରାଇ ୧୨୮ ରନ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ । ଏଞ୍ଜେଲ ରଣା ଦଳର ସୁଭାଶିଷ ଦେ ସର୍ବାଧିକ ୮୦ ରନ କରିଥିବା ବେଳେ ଦାନୀ ଏକାଦଶର ରିତୁନ ମହାନ୍ତି ସର୍ବାଧିକ ୬୩ ରନ କରିଥିଲେ । ରତିକାନ୍ତ ଦାସ, ଲକ୍ଷ୍ମୀଧର ସିଂ, ସଞ୍ଜୟ ସିଂ ଓ ଗଦାଧର ନାୟକ ଖେଳ ପରିଚାଳନା କରିଥିବା ବେଳେ କରନ ଖାନ ସ୍କୋରିଂରେ ସହାୟତା କରିଥିଲେ । ପଙ୍କଜ ମହାକୁଡ଼ ଧାରା ବିବରଣୀ ପ୍ରଦାନ କରିଥିଲେ । ପୂର୍ବ ଦିନର ୩ୟ ମ୍ୟାଚରେ ପରି ଚାଲେଞ୍ଜର ୯ ଉଇକେଟରେ ରୁଦ୍ରାକ୍ଷ ଦଳକୁ ଓ ୪ର୍ଥ ମ୍ୟାଚରେ ଏଞ୍ଜେଲ ରଣା ଦଳ ୪ ରନରେ ଜଗନ୍ନାଥ ୱରିୟାର ଦଳକୁ ପରାସ୍ତ କରିଥିଲା । ଅତିଥି ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା, ପୂର୍ବତନ ରାଜ୍ୟସ୍ତରୀୟ କ୍ରିକେଟ ଖେଳାଳି ଦେବୀଦତ୍ତ ମହାନ୍ତି, ସ୍ଥାନୀୟ କାଉନସିଲର ବିବେକାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟି ସଭାପତି ସୌମ୍ୟ ରଞ୍ଜନ ମିଶ୍ର, ଉପ ସଭାପତି ରମାକାନ୍ତ ଦାସ ଓ ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଉପସ୍ଥିତ ଥିଲେ ।

Leave A Reply

Your email address will not be published.