ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନ୍ତର୍ଗତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସମଗ୍ର ଶିକ୍ଷା ବଲାଙ୍ଗିର ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଗୁଡଭେଲା ଆନୁକୁଲ୍ୟରେ ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଅନ୍ତର୍ଗତ ଚକ୍ଷୁ ପରୀକ୍ଷା ଶିବିର ଯୋଗୀମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜାମୁଟ, ଘୁନା ଓ ବୀରାମୁଣ୍ଡା କ୍ଲଷ୍ଟରର ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅବଥାଲମିକ୍ ଅଫିସର ଚିନ୍ମୟୀ ଭାରତୀ ସାହୁ ଓ ନିରୂପମା ସାହୁ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଏଥିରେ ମୋଟ ୧୦୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ତନ୍ମଧ୍ୟରୁ ୧୩ ଜଣଙ୍କୁ ଚଷମା ପ୍ରଦାନ କରାଯିବ ଓ ଜଣକୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯିବ ବୋଲି ଅବଥାଲମିକ ଅଫିସର ଚିନ୍ମୟୀ ଭାରତୀ ସାହୁ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମକୁ ବିଆର୍‌ଟି ଜୁଲ ଫିକର୍ ଖାନ୍ ଓ ଅଶୋକ ସାମଲ୍ ପରିଚାଳନା କରିଥିଲେ । ଶିକ୍ଷକ ସୁରେନ୍ଦ୍ର ନାଥ ସାମଲ, ସୁନିଲ ସାହୁ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.