ରାଜପଥ ଦୁର୍ଘଟଣାରେ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତାକୁ ନେଇ ଅଞ୍ଚଳରେ ଉଚ୍ଚ ପ୍ରଶଂସା : ଆମ୍ବୁଲାନ୍ସ, ହାଇଡ୍ରୋଲିକ ଜ୍ୟାକ ଓ ଷ୍ଟିଲ କଟର ଯୋଗାଇ ଦେଲେ ଦୁର୍ଘଟଣାରୁ ତୁରନ୍ତ ଉଦ୍ଧାର କରାଯାଇ ପାରିବ

ଦେଓଗାଁ, (ମନୀଷ କୁମାର ସାହୁ): ଜାତୀୟ ରାଜପଥ କଡ଼ରେ ଥିବା ଦେଓଗାଁ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତା ନେଇ ଅଞ୍ଚଳରେ ଆଲୋଚନା ହେଉଛି । ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥର ଦେଓଗାଁ ବଲାଙ୍ଗୀର ରାସ୍ତାର ସିନଖମନ ପର୍ୟ୍ୟନ୍ତ ଓ ଦେଓଗାଁ ସଇଁନ୍ତଲା ରାସ୍ତାର କନ୍ଧକେଳଗାଁ ମଧ୍ୟରେ ହେଉଥିବା ରାସ୍ତା ଦୁର୍ଘଟଣାରେ ଦେଓଗାଁ ଅଗ୍ନିଶମ ବିଭାଗର କାର୍ୟ୍ୟକାରିତା ନେଇ ଅଞ୍ଚଳରେ ଆଲୋଚନା ହେଉଛି । ଯଦିଓ ଅଗ୍ନିଶମ ବିଭାଗର କର୍ତ୍ତବ୍ୟ ଓ ଦାୟୀ‌ତ୍ୱ ଧନ ଜୀବନ ରକ୍ଷା କରିବା କିନ୍ତୁ ଜାତୀୟ ରାଜପଥରେ ହେଉଥିବା ଦୁର୍ଘଟଣାରେ ତୁରନ୍ତ ଗୁରୁତର ଓ ଆହତଙ୍କ ବଲାଙ୍ଗିର ଡାକ୍ତରଖାନାକୁ ପଠାଇବା ଉପରେ ତାଙ୍କର ଭୂମୀକା ପ୍ରଶଂଶନୀୟ । ଏ ସଂକ୍ରାନ୍ତରେ ଦେଓଗାଁ ଅଗ୍ନିଶମ ବିଭାଗକୁ ପଚାରିବାରୁ କେବଳ ଲୁହା ଶାବଳ ଓ ୨ଟି ଷ୍ଟ୍ରେଚର ଅଛି । ଯଦି ଅମ୍ବୁଲାନ୍ସ ସହ ହାଇଡ୍ରୋଲିକ ଜ୍ୟାକ ଓ ଷ୍ଟିଲ କଟର୍ ଯୋଗାଇ ଦିଆଯାଏ ତାହା ହେଲେ ତୁରନ୍ତ କାମ ହୋଇ ପାରିବ ବୋଲି କହିଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟ ରାଜପଥରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗୁଛି । ଗତ ୨୦୨୦ ଅର୍ଥାତ ଜାନୁୟାରୀ ପ୍ରଥମରୁ ଡିସେମ୍ବର ଶେଷ ମଧ୍ୟରେ ଦେଓଗାଁ ଅଗ୍ନିଶମ ବିଭାଗ ଅଧିନରେ ଥିବା ରାଜପଥ ଉପରେ ମୋଟ ଦୁର୍ଘଟଣା ମଧ୍ୟରୁ ୨୦ଟି ଦୁର୍ଘଟଣାରେ ପହଞ୍ଚି ୩୮ଜଣଙ୍କୁ ଡାକ୍ତରଖାନା ପଠାଯାଇଛି । ତନମଧ୍ୟରୁ ୩ଜଣଙ୍କୁ ମୃତ ଘୋଷଣା କରାଯାଇଛି । ଗତ ଶୁକ୍ରବାର ଦିନ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାକୁ ପହଞ୍ଚି ଦୁଇ ଜଣଙ୍କୁ ଡାକରଖାନା ନିଆଯାଇଥିଲା । ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା । ଗୁରୁତର ଆହତ ଥିବା ଦୁଇ ଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ ପଠାଯାଇଥିଲା ବୋଲି ଅଗ୍ନିଶମ କାର୍ୟ୍ୟାଳୟ ଦାୟୀ‌ତ୍ୱରେ ଥିବା ଅଧିକାରୀ କହିଛନ୍ତି । ଯଦି ଆମ୍ବୁଲାନ୍ସ ସହ ହାଇଡ୍ରୋକ ଜ୍ୟାକ, ଷ୍ଟିଲ କଟର ଯୋଗାଇ ଦିଆଯାଏ ତାହା ହେଲେ ତୁରନ୍ତ ଜୀବନ ବଞ୍ଚାଇବାକୁ ଚେ‌ଷ୍ଟା କରାଯାଇ ପାରିବ ବୋଲି କଥା ଛଳରେ କହିଛନ୍ତି ।

Leave A Reply

Your email address will not be published.