csstore

ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରେ ଘୋର୍‌ ଅବ୍ୟବସ୍ଥା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ସଂରକ୍ଷଣ ବିଭାଗରେ ଲାଗିଥିବା ଫ୍ରିଜର କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପୋଡି ଯାଇଥିବାରୁ ତା ମଧ୍ୟରେ ଥିବା ସମସ୍ତ ରକ୍ତ ନଷ୍ଟ ହୋଇ ଯାଇଛି । ଏ ବିଷୟରେ ବରଗଡ଼ ଏଡିଏମ ଓ ଡାକ୍ତର ବିଭୁତି ଭୂଷଣ ମେହେରଙ୍କୁ ଫୋନ ମାଧ୍ୟମରେ ପଚାରି ବୁଝିବାରୁ ସେ ୧୦ ୟୁନିଟ ରକ୍ତ ନଷ୍ଟ ହୋଇଥିବା ବିଷୟରେ ସୂଚନା ଦେଇଥିଲେ । ଗୋଟିଏ ପଟେ ରାଜ୍ୟରେ ରକ୍ତ ଅଭାବକୁ ଦୂର କରିବା ପାଇଁ ଶାସକ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ନିଜେ ଅନେକ ଗୁଡିଏ ପଦକ୍ଷେପ ନେଇଥିବା ବେଳେ ଅନ୍ୟ ପଟେ କର୍ମଚାରୀଙ୍କ ସାମାନ୍ୟ ଅବହେଳା ଯୋଗୁଁ ଅନେକ ଗୁଡିଏ ମୂଲ୍ୟବାନ ରକ୍ତ ଏପରି ଭାବରେ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି ।

jayashree
Leave A Reply

Your email address will not be published.