oom

ମୋଦୀ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁ ନାହାଁନ୍ତି : ଇମ୍ରାନ ଖାନ

jsmm

ଇସ୍‌ଲାମାବାଦ : ମୋଦୀ ନିର୍ବାଚନ ଜିତିବାକୁ ଚାହୁଁଛନ୍ତି, ଆଲୋଚନା ଚାହୁଁ ନାହାଁନ୍ତି ବୋଲି ପାକି‌ସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି । ଏହି ସପ୍ତାହରେ ପାକିସ୍ତାନରୁ ପ୍ରକାଶିତ ଉର୍ଦ୍ଦୁ ଖବରକାଗଜରେ ଭାରତ ଦ୍ୱାରା ଶାସିତ କାଶ୍ମୀର ସମ୍ବନ୍ଧୀୟ ଖବର ସର୍ବାଧିକ ଚ‌ର୍ଚ୍ଚାରେ ଥିଲା ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତ ପ୍ରଧାନମନ୍ତ୍ରୀଙ୍କୁ କାଶ୍ମୀରର ସମସ୍ୟାର ସମାଧାନ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଆହ୍ୱାନ କରିଛ‌ନ୍ତି ।

ଖବରକାଗଜ ଅନୁଯାୟୀ, କାଶ୍ମୀରର ଏକତା ଦିବସ ଅବସରରେ ପାକିସ୍ତାନ ଶାସନାଧୀନ କାଶ୍ମୀରରେ ଆୟୋଜିତ ଏକ କାର୍ୟ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଇମ୍ରାନ ଖାନ କହିଛନ୍ତି ଯେ, “ଏଠାକୁ ଆସିବାକୁ ମୋର ଉଦ୍ଦେଶ୍ୟ ଥିଲା ଯେ କାଶ୍ମୀରବାସୀଙ୍କ ସଂପର୍କରେ ବିଶ୍ୱକୁ ଏକ ବାର୍ତ୍ତା ପଠାଇବା । ୧୯୪୮ ମସିହାରେ ଜାତିସଂଘର ସଂକଳ୍ପ କାଶ୍ମୀରବାସୀଙ୍କୁ ତାଙ୍କ ଭବିଷ୍ୟତ ସ୍ଥିର କରିବାର ଅଧିକାର ଦେଇଥିଲା, ମୁଁ କାଶ୍ମୀରବାସୀଙ୍କୁ ସେହି ଅଧିକାର ଦେବା ପାଇଁ ବିଶ୍ୱକୁ ସ୍ମରଣ କରିବାକୁ ଆସିଛି ।”

ଭାରତ ଶାସିତ କାଶ୍ମୀରରେ ଥିବା ଲୋକଙ୍କୁ ସମ୍ବୋଧିତ କରିବା ବେଳେ ଇମ୍ରାନ ଖାନ କହିଛନ୍ତି, “କାଶ୍ମୀରବାସୀଙ୍କୁ ମୋର ବାର୍ତ୍ତା ହେଉଛି ଯେ, ଯେତେବେଳେ ସେମାନେ ଆତ୍ମନିର୍ଭରଶୀଳ ହେବାର ଅଧିକାର ପାଇବେ ଏବଂ ସେମାନଙ୍କର ଭବିଷ୍ୟତ ସେମାନେ ନିଜେ ସ୍ଥିର କରି ପାରିବେ, ସେତେବେଳେ ଇଂଶାଆଲ୍ଲାହ ପାକିସ୍ତାନର ଅଧିକାର ପାଇଁ ନିଷ୍ପତ୍ତି ନେବେ । ଏହା ପରେ ଆମେ ସେମାନଙ୍କୁ ସେମାନେ ମୁକ୍ତ ରହିବାକୁ କିମ୍ବା ପାକିସ୍ତାନର ଅଂଶ ହେବାକୁ ଚାହୁଁଛନ୍ତି କି ନାହିଁ, ସେହି ଅଧିକାର ଦେବୁ ।”

ଇମ୍ରାନ କହିଛନ୍ତି ଯେ, ସମଗ୍ର ପାକିସ୍ତାନ ଏବଂ ସମଗ୍ର ମୁସଲମାନ ଜଗତ କାଶ୍ମୀରବାସୀଙ୍କ ସହ ଛିଡା ହୋଇଛନ୍ତି । ସେ କହିଛନ୍ତି ଯେ, ଯଦି କୌଣସି କାରଣରୁ ମୁସଲମାନ ଦେଶ କାଶ୍ମୀରକୁ ସମର୍ଥନ ନକରେ, ତେବେ ସେହି ଦେଶର ନାଗରିକମାନେ କାଶ୍ମୀରବାସୀଙ୍କ ସହ ଛିଡା ହୋଇଛନ୍ତି ।

jittmm
Leave A Reply

Your email address will not be published.