ଭାଲୁମୁଣ୍ଡା- ବେଲପଡା ରାସ୍ତା କଡରେ ଯୁବକର ମୃତଦେହ ଉଦ୍ଧାର ଘଟଣାରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି
ବଙ୍ଗୋମୁଣ୍ଡା, (ଅର୍ଜୁନ କମୁାର ହଂସ) : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା-ବେଲପଡା ରାସ୍ତା କଡ଼ରୁ ଏକ ଯୁବକର ମୃତ ଦେହକୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ । ମୃତକଙ୍କ ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ମୃତକ ଜଣକ ହେଲେ ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ପଞ୍ଚାୟତ ଗଞ୍ଜା ବାହାଲ ଗାଁର ଗଣପତି ବଛା(୩୬) ବୋଲି ଜଣାପଡିଛି । ଏ ନେଇ ବଙ୍ଗୋମୁଣ୍ଡା ପୋଲିସ ଘଟଣା ସ୍ଥଳରେରେ ପହଞ୍ଚି । ଏପର୍ଯ୍ୟ‌ନ୍ତ ଦୁର୍ଘଟଣା ନା ହତ୍ୟା କରାଯାଇଛି ତାହା କାରଣ ଅସ୍ପଷ୍ଟ ରହିଛି । ଗୋଟିଏ ଗଛ ତଳେ ମୃତଦେହ ପଡିଥିବା ବେଳେ ୫୦ ମିଟର ଦୂରରେ ଥିବା ଏକ ଗଛ ତଳେ ବାଇକଟି ବାଡେଇ ହୋଇଥିବା ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ଥିବାରୁ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ପଞ୍ଚାନନ ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.