ସଂଯୁକ୍ତ କିଷାନ ମୋର୍ଚ୍ଚାର ଡାକରାରେ ବଲାଙ୍ଗିରରେ ଚକ୍କା ଜାମ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ସତୁରୀ ଦିନ ହେଲା ରାଜଧାନୀ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ବାରମ୍ବାର ଆଲୋଚନା ପର୍ୟ୍ୟାଲୋଚନା ପରେ ମଧ୍ୟ କେନ୍ଦ୍ର ସରକାର କୃଷକଙ୍କ କୃଷୀ ଆଇନ ୨୦୨୦ ଫେରସ୍ତ ଦାବୀକୁ ପ୍ରତ୍ୟାଖ୍ୟାନ କରି ଆସିଛ‌ନ୍ତି । ଏଭିତରେ ପ୍ରାୟ ଶତାଧିକ ଚାଷୀ ଧରଣା ସ୍ଥଳରେ ହିଁ ନିଜ ଜୀବନର ଆହୂତି ଦେଇ ସାରଲେଣି । ଅନ୍ୟ ପକ୍ଷରେ କେନ୍ଦ୍ର ସରକାର କୃଷକମାନଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ ବନ୍ଦ କରିବା ଉଦ୍ଦେଶ୍ୟରେ ଇତିହାସରେ ପ୍ରଥମ ଥର ପାଇଁ କୃଷକଙ୍କ ବିରୁଦ୍ଧରେ ତାର କଣ୍ଟା ବାଡ ବିଛାଇଛ‌ନ୍ତି । ଗୋଟିଏ ପଟେ ସରକାର କୃଷକଙ୍କ ଗୁହାରୀ ଶୁଣୁ ନଥିବା ବେଳେ ପୋଲିସ ଏମାନଙ୍କୁ ଦିଲ୍ଲୀ ପହଞ୍ଚିବାରେ ରୋକିବାକୁ ପ୍ରାଣପଣେ ଚେଷ୍ଟା କରୁଛି । ଏଭଳି ସ୍ଥଳରେ ସଂଯୂକ୍ତ କିଷାନ ମୋର୍ଚ୍ଚା ଦି‌ଲ୍ଲୀ ନଯାଇ ଦେଶର ପଲ୍ଲୀରୁ ପଲ୍ଲୀକୁ ପହଞ୍ଚି କୃଷକ ଓ ସାଧାରଣ ଜନତାଙ୍କୁ ଏକଜୁଟ କରିବା ପାଇଁ ଆଜି ସାରା ଦେଶରେ ତିନି ଘଣ୍ଟା କାଳ ଚକ୍କା ଜାମ୍‌ର ଡାକରା ଦେଇଥିଲା । ସେହିକ୍ରମରେ ଆଜି ବଲାଙ୍ଗିରକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାରେ ସ୍ଥାନୀୟ କୃଷକ ସଂଗଠନ ମନାଙ୍କ ତରଫରୁ ଚକ୍କା ଜାମ କରି ରାସ୍ତା ରୋକ କାର୍ୟ୍ୟକ୍ରମ କାରାଯାଇଥିଲା । ସେ ମଧ୍ୟରୁ ବଲାଙ୍ଗିର ପାଟଣାଗଡ ରାସ୍ତାରେ ଚୁଡାପାଲି ନିକଟସ୍ଥ ଭୂଏପାଲି ଠାରେ ଜୟ କିଷାନ ଆନ୍ଦୋଳନ ସଂଗଠନ ତରଫରୁ ଦିନ ୧୨ ଟାରୁ ୩ ଟା ଯାଏଁ ଚକ୍କା ଜାମ କରାଯାଇଥିଲା । ଏହି ଆନ୍ଦୋଳନରେ ସଂଗଠନର ଆବାହକ ସତ୍ୟ ବନଛୋରଙ୍କ ଆବହକତ୍ୱରେ ସିପୁନ ଖମାରୀ, ପୁର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବ୍ୟାସଦେବ ଥନାପତି, ଗିରିଧାରି ଭୋଇ, ଘାସିରାମ ବେହେରା ପ୍ରମୂଖ ଆନ୍ଦୋଳନର ଖିଅ ଧରିଥିବା ଖବର ରହିଛି । ସେହିପରି ବଲାଙ୍ଗିର ଟିଟିଲାଗଡ ରାସ୍ତାରେ କିଷାନ ଆନ୍ଦୋଳନକୁ ସମର୍ଥନ ଜଣାଇ କଂଗ୍ରସ ଦଳ ତରଫରୁ ସଇଁନ୍ତଲା ଠାରେ ରାସ୍ତା ରୋକ କରାଯାଇଥିଲା । ଏଠାରେ ପୁର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ସ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଚାଷୀ ନେତା ପ୍ରେମ ଭୋଇ, ଗୁଣ ସାଗର ମାଝୀ, ସୁବ୍ରତ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ । ବଲାଙ୍ଗିର ସମ୍ବଲପୁର ରାସ୍ତାରେ ବଲାଙ୍ଗିର କୋଶଲୀ କିଷାନ ସଭା ପକ୍ଷରୁ ସାଲେଭଟା ଠାରେ ଚକ୍କା ଜାମ କରି ରାସ୍ତାରୋକର ଅୟୋଜନ କରାଯାଇଥିଲା । ଏଠାରେ ପୁର୍ବତନ ସାଂସଦ ବାଲଗୋପାଲ ମିଶ୍ରଙ୍କ ସହିତ ରତ୍ନାକର ମିଶ୍ର, ପ୍ରଶାନ୍ତ ଭୋଇ, ବିଜୟ ବେହେରା, କେଦାର ଥନାପତି, ସତ୍ୟ ପଟେଲ ପ୍ରମୁଖ ଆନ୍ଦୋଳନରେ ଯୋଗ ଦେଇ ଚାଷୀକୁଳଙ୍କୁ ଜୋର ଜୁଲମ ବିରୁଦ୍ଧରେ ଏକଜୁଟ କରିଥିଲେ । ବଲାଙ୍ଗିର ସୋନପୁର ରାସ୍ଥାରେ ମଧ୍ୟ ସୋନପୁର ଠାରେ କୃଷକ ସଂଗଠନମାନେ ଚକ୍କାଜାମ କରିବା ସହ ରାସ୍ତାରୋକ କରିଥିବା ଖବର ରହିଛି । ତେବେ ଦେଶ ତଥା ରାଜ୍ୟରେ ଏଭଳି ଯୁଗାନ୍ତକାରୀ କୃଷକ ଆନ୍ଦୋଳନ ଚାଲୁଥିବା ସମୟରେ ୨୦ ବର୍ଷ ହେବ ରାଜଗାଦି ହାତେଇଥିବା ବିଜେଡି ଦଳ କେନ୍ଦ୍ର ଜଡିତ ଅନ୍ୟାନ୍ୟ ସମସ୍ୟା ମାନଙ୍କ ପରି ଏଠାରେ ମଧ୍ୟ ନୀରବଦ୍ରଷ୍ଟା ପାଲଟିଥିବା ଆନ୍ଦୋଲନକାରୀମାନେ କହିଛନ୍ତି ।

Leave A Reply

Your email address will not be published.