ପରିବା ବିକାଳୀକୁ ଛୁରା ମାଡ ଘଟଣା : ପୁଲିସର ନିଷ୍କ୍ରିୟତା ନେଇ ଥାନା ସମ୍ମୁଖରେ ଧାରଣା ଚେତାବନୀ

କଂଟାବାଂଜି, (ମନୀଶ କୁମାର ହଂସ) : ଗତ ୧୫/୧୨/୨୦୨୦ରେ ଜଣେ ପରିବା ବିକାଳୀ ଜଗବନ୍ଧୁ ବେହେରା‌ଙ୍କୁ ଡେଲି ମାର୍କେଟରେ ସଂଧ୍ୟା ସାତଟା ବେଳେ ଜଣେ ଅଜଣା ଦୁବୃ‌ର୍ତ୍ତ ଛୁରା ମାଡ କରି ଫେରାର ହୋଇ ଯାଇଥିଲା । ଘଟଣା ସ୍ଥଳରେ ଶ୍ରୀ ବେହେରାର ଦୁଇଟି ହାତ ଓ ପେଟରେ ଗୁରୁତର ଆଘାତ ହେବାରୁ ସ୍ଥାନୀୟ ଡାକ୍ତରଖାନରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ବଡ ଡାକ୍ତରଖାନାକୁ ନିଆଯାଇଥିଲା । ଏହି ଘଟଣା ପୂର୍ବରୁ ମଧ୍ୟ ୩ଥର ଆକ୍ରମଣର ଶିକାର ହୋଇଥିବାରୁ ପୋଲିସରେ ବାରମ୍ବାର ତାଙ୍କ ବାପା ଆତ୍ମାରାମ ବେହେରା ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ସତ୍ୱେ ପୋଲିସ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନ ନେଇଥିବା ବେଳେ ଦୁର୍ବୃତ୍ତକୁ ଧରିବାରେ ବିଫଳ ହୋଇଛି । ଏହିସବୁ ବାରମ୍ବାର ଆକ୍ରମଣରେ ତାଙ୍କ ସ୍ତ୍ରୀ ବସୁମତି ବେହେରା ଭୟଭୀତ ହୋଇ ଶୁକ୍ରବାର ରାତିରେ ପୁର୍ନବାର ଥାନାରେ ଲିଖିତ ଅଭିଯୋଗ ଦେବା ସହ ପୁଲିସ ୩ ଦିନ ମଧ୍ୟ୍ମରେ ଦୁର୍ବୃତ୍ତକୁ ଖୋଜି ବାହାର ନ କଲେ ଆଗାମୀ ୮ ତାରିଖ ଦିନରୁ ଥାନା ସମ୍ମୁଖରେ ଧାରଣା ଦେବା ପାଇଁ ଥାନାରେ ଲିଖିତ ଦେବା ସହ ବଲାଙ୍ଗିର ଜିଲ୍ଲାପାଳ ଓ ଏସ.ପି.ଙ୍କୁ ଜଣାଇଛନ୍ତି ।

Leave A Reply

Your email address will not be published.