ବୈଦିକ ପାଠ ଚକ୍ରରେ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରଛାତ୍ରୀଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ନୂଆଁପାଲିସ୍ଥିତ ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟା ପୀଠରେ ଅନୁଷ୍ଠିତ ବସୁ ଜୟନ୍ତୀ ସମାରୋହ ଓ ବୈଦିକ ଶୋଧ ସଙ୍ଗୋଷ୍ଠୀରେ ଅନୁଷ୍ଠିତ ପାଠଚକ୍ରରେ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ପରାମର୍ଶ ଓ ପ୍ରେରଣା କ୍ରମେ ବହୁ ସଂଖ୍ୟକ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଦିକ ଜ୍ଞାନ ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ଅଧ୍ୟକ୍ଷଙ୍କ ଏହି ସୁଚିନ୍ତିତ ପରାମର୍ଶକୁ ସମସ୍ତେ ସ୍ୱାଗତ କରିଛନ୍ତି । ଏହି କାର୍ଯ୍ୟକ୍ରମଟି ଅଧ୍ୟାପକ ଡ. ତୁଷାରକାନ୍ତ ସାହୁ, ଅଧ୍ୟାପିକା ରୀନା ଧର୍ମବିନାୟକ ଓ ଅଧ୍ୟାପକ ନିର୍ମଳ କୁମ୍ଭାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚାରୁ ରୂପେ ପରିଚାଳିତ ହୋଇଥିଲା । ବୈଦିକ ଯଜ୍ଞର ସ୍ୱରୂପ ଓ ଏହାର ବିଧି ବିଷୟ ବସ୍ତୁ ଉପରେ ଆୟୋଜିତ ଏହି ପାଠ ଚକ୍ରରେ ଛାତ୍ରଛାତ୍ରୀମାନେ ବୈଦିକ ବିଜ୍ଞାନର ଗୁଢ଼ତତ୍ତ୍ୱ ସମ୍ପର୍କରେ ଅନେକ ନୂତନ ତଥ୍ୟ ଶିଖିବାକୁ ପାଇଥିଲେ । ଗୁରୁକୁଳର ଏହି ଆଧ୍ୟାତ୍ମିକ ପରିବେଶରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ବୈଦିକ ଶାସ୍ତ୍ର ପ୍ରତି ସେମାନଙ୍କ ଉତ୍ସାହ କାର୍ଯ୍ୟକ୍ରମର ଶୋଭାକୁ ଦ୍ୱିଗୁଣିତ କରିଥିଲା ।

Leave A Reply

Your email address will not be published.