- ସାମିଲ ହେବେ ଗାଁର ଦେବାଦେବୀ ପୂଜକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣା ରାଜ୍ୟର ଇଷ୍ଟଦେବୀ ମା’ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଫେବୃୟାରୀ ୧ ରୁ ୪ ଯାଏଁ ଉତ୍ସବ ଓ ମହାଯଜ୍ଞ ଆୟୋଜନ ହେବାକୁ ପ୍ରସ୍ତୁତ ଜୋର ସୋରରେ ଚାଲିଛି । ପାଟଣାଗଡର ପାଟଣେଶ୍ୱରୀ ମନ୍ଦିରରୁ ମୁଖ୍ୟ ପୀଠରୁ ମା’ ଙ୍କ ଆଜ୍ଞାମାଳ ଏବଂ ଲଗ୍ନ ମା’ ଙ୍କୁ ଅର୍ପଣ କରାଯାଇ ରାଜଖମାର ଯାଇ ବଲାଙ୍ଗିର ମା’ ପାଟଣେଶ୍ୱରୀ ମନ୍ଦିର ପୀଠକୁ ପହଂଚିଥିଲା । ମା’ ଦଶମତି, ମା’ ସମଲେଶ୍ୱରୀ, ମା’ ଦୁର୍ଗା, ଲୋକନାଥ ମନ୍ଦିର, ଗୋପାଳଜୀ ମନ୍ଦିର ସମେତ ବଲାଙ୍ଗିର ସହରର ୧୦ଟି ମନ୍ଦିରକୁ ନିଉତା ଯାଇଛି । ଆଗାମୀ ଦିନରେ ମା’ କୁଶଙ୍ଗାଇ, ମା’ ସାଉନ୍ତେଶ୍ୱରୀ, ସାଲେଭଟା ପୀଠ, ଚନ୍ଦ୍ରସେନୀ, ଘଣ୍ଟେସିନି, ଦ୍ୱାରସେନି, ମେଟାକାନି ମନ୍ଦିର ସହ ବଲାଙ୍ଗିର ଜିଲ୍ଲାରେ ୬୬୪ ପୀଠକୁ ନିୟତା ଆଜିଠୁ ଆରମ୍ଭ ହେଲା । ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ମା’ ପାଟଣେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା କରି ପୂଜକ ମହେନ୍ଦ୍ର ଦିଶ୍ରୀ ପୂଜାର୍ଚ୍ଚନା କରି କମିଟିର ସଦସ୍ୟମାନଙ୍କୁ ବିଭିନ୍ନ ମନ୍ଦିର ନିୟତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଜୟକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଅରୁଣ କୁମାର ମିଶ୍ର, ଅର୍ଜୁନ କୁମାର ସାହୁ, ରିଣ୍ଟୁ ସାହୁ, ସହରର ବୁଦ୍ଧିଜୀବୀ ସହ ମନ୍ଦିର କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ ।