csstore

୨୩ତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିନର ସକାଳେ ଜୟଦେବ କଳାସଂସଦ, ବଲାଙ୍ଗିର ଦ୍ଵାରା ନୂତନ ମଞ୍ଚଠାରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦେବେନ୍ଦ୍ର କୁମ୍ଭାର, ମହେଶ୍ଵର ଜାଲ, ରଞ୍ଜନ ପଟ୍ଟନାୟକ, ଗୌରହରୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଏକକ ପ୍ରତିଯୋଗିତାରେ ଭୀମ ସୁନା, ଜଗଦିଶ ମହାକୁର, ଶଙ୍କର ଭଣ୍ଡା, ଚନ୍ଦନ କୁମ୍ଭାର, ବେଦ ଷାଣ୍ଡ, ଜଗମୋହନ ବାଗ, ଜକସନ କୁମ୍ଭାର, ରାଜୀବ ତାଣ୍ଡି ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଦଳୀୟ ପ୍ରତିଯୋଗିତାରେ ଭୀମ ସୁନା ଓ ଦଳ, ଭବାନୀ ଶଙ୍କର କଳା ପରିଷଦ, ପୁଇଁତଲା, କାର୍ତ୍ତିକ ନନ୍ଦ ଓ ଦଳ, ରଞ୍ଜନ ନାଗ ଓ ସାଥୀ, ଭଇଁଷା, କଳାକୃଷ୍ଣ ମହାନନ୍ଦ ଓ ସାଥୀ, ଲଡ଼ଙ୍ଗାଭଟା, କାଳିଆ ସୁନା ଓ ସାଥି, ଗଞ୍ଜାଭଡ଼ାର, ବରଭାଇ ଲନ୍ଥବୁଡ଼ା ଦୁଲଦୁଲି, ଗମ୍ଭାରୀ ଖୋଲ, ଫୁଲ ମାହେଶ୍ୱରୀ ଦଳ, ଟିକ୍ରାପଡ଼ା ପ୍ରମୁଖ ଦଳ ଭାଗ ନେଇଥିଲେ । ସନ୍ଧ୍ୟା କାର୍ଯ୍ୟକ୍ରମରେ ଲୋକଉତ୍ସବ ସାଂସ୍କୃତିକ କମିଟି ଆନୁକୁଲ୍ୟରେ ଆକାଶବାଣୀ କଳାକାରଙ୍କ ଦ୍ଵାରା ଲୋକ ସଂଗୀତ ବିଚିତ୍ରା ନୂତନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା । ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିବସର କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର, ଡକ୍ଟର ବିଜୟାନନ୍ଦ ସେଠୀ, (ଓ.ପ୍ର.ସେ) ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ପବିତ୍ରାନନ୍ଦ ପ୍ରଧାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଗୁଣନିଧି ମଲ୍ଲିକ, କୁଳସଚିବ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର, ହରପ୍ରସାଦ ଭୋଇ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ତରଣି ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର, ଅତିଥି କଳାକାର ବିପିନ ବିହାରୀ ଭୋଇ, ଆଠଗାଁ, ସହ ଅଧ୍ୟକ୍ଷ ଖାଦ୍ୟ ଓ ଆବାସ କମିଟି ସୁଶ୍ରୀ ମିଲି ବାରିକ, ସହ ଅଧ୍ୟକ୍ଷ, ପଡିଆ କମିଟି ଗୋବିନ୍ଦ ଶତପଥୀ ଓ ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପୂର୍ବକ ତୃତୀୟ ଦିବସର ଶୁଭ ଉଦଘାଟନ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ଦ୍ଵାରା ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନିଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥି ବୃନ୍ଦ ନିଜ ଅଭିଭାଷଣରେ କହିଥିଲେ, ଆମ ଐତିହ୍ୟ ଏବଂ ଏକତାର ପ୍ରତୀକ ଏହି ଲୋକ ଉତ୍ସବ । ଲୋକ ଉତ୍ସବର ମଞ୍ଚ କଳାକାର ଏବଂ କଳାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କର, ଏହି ଲୋକ ଉତ୍ସବ ଆମ ସମସ୍ତଙ୍କର, ତେଣୁ ପ୍ରତି ବର୍ଷ ଏହା କିପରି ଆହୁରି ସୁନ୍ଦର ଭାବେ ଆୟୋଜିତ ହୋଇପାରିବ ସେଥିପ୍ରତି ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟକରିବା । ସଭା କାର୍ଯ୍ୟରେ ମଞ୍ଚ ସଂଯୋଜନା ସନ୍ଦୀପ କୁମାର କୁଅଁର ଓ ଧନ୍ୟବାଦ ଅର୍ପଣ ଗୋବିନ୍ଦ ଶତପଥୀ କରିଥିଲେ । ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଝାରଖଣ୍ଡ ରାଜ୍ୟର ସରାଇକେଲା ଛଉ, ମହାରାଷ୍ଟ୍ରର ଲାବଣି, କାଶ୍ମୀରର ରୌଫ ଏବଂ ପଞ୍ଜାବର ଭାଙ୍ଗଡା ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ବଲାଙ୍ଗିରର କୋଶଳ ଫୋକ ଏକାଡେମି, ଅନ୍ୱେଷଣ, ଏକତା ଡ୍ୟାନ୍ସ ଗ୍ରୁପ, ପୌରାଞ୍ଚଳ ଯାଦବ ମହାସଭା, ଦୁଲଦୁଲି କଳା ପରିଷଦ, ଜୟ ଦୁର୍ଗା କଳା ପରିଷଦ, ବରଗଡର ଡାଲଖାଇ, ପାଟଣାଗଡର ଝଙ୍କାର ମ୍ୟୁଜିକ, ଟିଟିଲାଗଡର ସାଇନିଙ୍ଗ ଷ୍ଟାର ପ୍ରମୁଖ ସାଂସ୍କୃତିକ ଦଳ ଲୋକ ଉତ୍ସବର ତୃତୀୟ ରଜନୀରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ ।

jayashree
Leave A Reply

Your email address will not be published.