ମାତୃ ନିକେତନରେ ପାର୍ବତୀ ଗିରିଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ

  • ଅନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ କସ୍ତୁରବା ଗାନ୍ଧୀ ମାତୃନିକେତନ ପରିସରରେ ରବିବାର ପ୍ରଥମ ଦିବସରେ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ ତଥା ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଅପରାହ୍ନ ୬ଟାରେ ଜନ୍ମଜୟନ୍ତୀ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଅତିଥିମାନେ ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସଭାରେ ସମାଜସେବୀ ହରିବନ୍ଧୁ ଜେନା ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନ ଅଧ୍ୟକ୍ଷ ନିର୍ମଳ ଗିରି ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପାଇକମାଲ ବିଡିଓ ପ୍ରଫୁଲ କୁମାର ଓଦୁ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ କୋତନା ଅଇଁଠା ପ୍ରଧାନ ସମ୍ମାନିତ ଅତିଥି ଭାବେ ଭାରପ୍ରାପ୍ତ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର, ନୃସିଂହନାଥ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ, ଅନୁଷ୍ଠାନର ସଭାନେତ୍ରୀ ସ୍ୱର୍ଣ୍ଣପ୍ରଭା ପାଣିଗ୍ରାହୀ, ଉପ ସଭାନେତ୍ରୀ ଭାରତୀ ଶତପଥୀ, ପାଇକମାଲ ବ୍ଲକ ଜେଇ ବିସୋକ ପଟେଲ ଯୋଗଦେଇ ପାର୍ବତୀ ଗିରିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇଥିଲେ । ଅତିଥିମାନେ ପାର୍ବତୀ ଗିରିଙ୍କ ବିଷୟରେ ମତାମତ ରଖିବା ସହ ତାଙ୍କର ଜୀବନୀ ବିଷୟ ଓ ସମାଜସେବା ଉପରେ ନିଜ ନିଜର ମତ ଦେଇଥିଲେ । ପୁରସ୍କାର ବିତରଣୀରେ ମାତୃପ୍ରସାଦ ରଥ, ଦୁର୍ଯ୍ୟୋଧନ ତ୍ରିପାଠୀ ସହଯୋଗ କରିଥିଲେ । ପୂର୍ବାହ୍ନରେ ଅନୁଷ୍ଠାନର ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କାର କରିଥିଲେ । ଅନୁଷ୍ଠାନର ସଞ୍ଜୀବ ଦାସ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.