ମିଠାପାଲି ପଞ୍ଚାୟତ ଯାଦବ ସମାଜ ବାର୍ଷିକ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପିପଲଖୁଣ୍ଟା ଗ୍ରାମରେ ମିଠାପାଲି ପଞ୍ଚାୟତ ଯାଦବ ସମାଜର ବାର୍ଷିକ ଉତ୍ସବ ରବିବାର ଦିନ ପାଳିତ ହୋଇଯାଇଛି । ମିଠାପାଲି ପଞ୍ଚାୟତ ସଭାପତି ଟିକିଲାଲ ମାହାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ନୃସିଂହନାଥ ସମ୍ବଲେଶ୍ୱରୀ ମନ୍ଦିର ସଭାପତି ମଧୁସୂଦନ ପାଣ୍ଡେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମନୋହର ପୁଞ୍ଜି, ରଘୁମଣି ବାଗ, ବିଜୟ ହଂସ, କର୍ନ୍ଦପ ମାହାର, ପଦ୍ମ ହଂସ, ପଦ୍ମଲାଲ ନିଆଲ, କ୍ଷୀରୋଦ୍ର ଚନ୍ଦନ, ରାଜନ ଥପା, ବିନୋଦ ବଗର୍ତ୍ତି, ଦିବ୍ୟ ହଂସ ଯୋଗଦେଇ ଯାଦବ ସମାଜର ସଂଗଠନ ମଜବୁତ, ଆର୍ଥିକ ସୁଦୃଢ କରିବା ସହ ସମାଜରେ ନିଶାଦ୍ରବ୍ୟ ବାରଣ ପାଇଁ ସଚେତନ କରିଥିଲେ । ପଞ୍ଚାୟତ ସଂପାଦକ ଡୋଳାମଣି ଦୀପ ବାର୍ଷିକ ଆୟବ୍ୟୟ ପଠନ ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.