oom

୨ୟ ପର୍ଯ୍ୟାୟ ଟୀକା କରଣ ସକାଶେ ଟାକ୍ସଫୋର୍ସ କମିଟୀ ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା ସକାଶେ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ମଧ୍ୟରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଟାକ୍ସଫୋର୍ସ କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ଚିକିତ୍ସାଧିକାରୀ ତହସିଲ ସାହୁଙ୍କ ଉପସ୍ଥିତିରେ ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକା କରଣର ସମସ୍ତ ପ୍ରସ୍ତୁତି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଉପରେ ବିଷଦ ଆଲୋଚନା କରାଯାଇଥିଲା । ପ୍ରାପ୍ତ ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣରେ ମହାମାରୀ କରୋନା ପାଇଁ କାର୍ଯ୍ୟ ତୁଲାଉଥିବା ସମ୍ମୁଖ ଯୋଦ୍ଧା ପୋଲିସ ବିଭାଗୀୟ କର୍ମଚାରୀ, ସଫେଇ କର୍ମଚାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାସନିକ କର୍ମଚାରୀ, ପଞ୍ଚାୟତରାଜ ଏବଂ ପାନୀୟ ଜଳଯୋଗାଣ ବିଭାଗୀୟ କର୍ମଚାରୀ ମାନଙ୍କୁ ଏଥିରେ ସାମିଲ କରାଯାଇଛି । ଉକ୍ତ ବୈଠକରେ ଡଃ ତ୍ୟାଗରାଜ ସିଂ, ରାଜବୋଡାସମ୍ବର ବ୍ଳକ ଶିକ୍ଷାଧିକାରୁ ତ୍ରିବିକ୍ରମ ପାଣିଗ୍ରାହୀ, ପଦ୍ମପୁର ତହସିଲଦାର ସଞ୍ଜନ କୁମାର ସେଠ, ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହ ଅଧିକାରୀ ଜୟନ୍ତ ସାହୁ, ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ପ୍ରଦୀପ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାରଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.