ଅସୁସ୍ଥ କଣ୍ଠଶିଳ୍ପୀ ପ୍ରକାଶ ଜାଲଙ୍କୁ ମେଡିକାଲରେ ଭର୍ତ୍ତି କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମାଟିର ଗରିବ ଦୁଃଖ ସୁଖର ସାଥୀ ଚାଷୀ ପୁଅ । ଭାରତୀୟ ଜନତା ପାର୍ଟିର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରକାଶ ଜାଲଙ୍କୁ ଗାଡ଼ିରେ ବଲାଙ୍ଗିର ମୁଖ୍ୟ ହସ୍ପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଇଛନ୍ତି । ସୂଚନା ଅନୁସାରେ, ଗତ କିଛି ବର୍ଷ ହେଲା ପ୍ରକାଶ ଜାଲ ଅସୁସ୍ଥତା ହୋଇ ଦୀର୍ଘ ଦିନ ହେଲା ଘରେ ପଡି ରହିଥିବା ବିଧାୟକ ଖବର ପାଇ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିଧାୟକଙ୍କ ଏହି ଭଲ ମହତ କାର୍ଯ୍ୟ ଦେଖି ଲୋକେ ପ୍ରଶଂସା କରିଛନ୍ତି । ପ୍ରକାଶ ଜାଲ ଶହ ଶହ ସମ୍ବଲପୁରୀ ଗୀତ ଗାଇ ଲୋକମାନଙ୍କ ମନ ଜିଣି ପାରିଛନ୍ତି । ତେବେ ସେ ଅସୁସ୍ଥ ହେବା ଦିନ ଠାରୁ ଆଉ ଗୀତ ଗାଇ ପାରୁନାହାନ୍ତିଁ । ମେଡ଼ିକାଲକୁ ନେବା ସମୟରେ ବଙ୍ଗୋମୁଣ୍ଡା ମଣ୍ଡଳ ଉପସଭାପତି ନନ୍ଦ କୁମାର ମେହେର, କୋଷାଧ୍ୟକ୍ଷ ଦିଲେଶ୍ୱର୍ ରଣା, ଯୁବମୋର୍ଚ୍ଚା ଉପସଭାପତି କ୍ଷୀରୋଦ୍ର ଖର୍ସେଲ, କେକି ସିଂ ଭୋଇ, ଅନଙ୍ଗ ଖର୍ସେଲ, ଜଗିନ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିବା ନେଇ ଦେଖିବାକୁ ମିଳିଛି ।

Leave A Reply

Your email address will not be published.