ଜୟ ନିଗମ ବସିବେ ଆମରଣ ଅନଶନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାରବନ୍ଧ ବ୍ଳକ ସ୍ଥିତ ଅମଠୀ ଗ୍ରାମରେ ଥିବା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ହିତାଧିକାରୀମାନଙ୍କ ଜମାଖାତାରୁ ହିତାଧିକାରୀମାନଙ୍କ ଅଜାଣତରେ ଟଙ୍କା ଗାୟବ ନେଇ ଚର୍ଚ୍ଚା ଲାଗି ରହିଛି । ଏ ସମ୍ପର୍କରେ ଶାଖା ପରିଚାଳକଙ୍କୁ ହିତାଧିକାରୀ ମାନେ ବାରମ୍ବାର ଆପତ୍ତି ଅଭିଯୋଗ କରି ଆସୁଛନ୍ତି । ଏପରିକି ଶାଖା ପରିଚାଳକ ଲିଡ ବ୍ୟାଙ୍କ ମ୍ୟାନେଜର ବରଗଡ, ବରଗଡ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିବା ସତ୍ୱେ ମଧ୍ୟ କୈାଣସି ପ୍ରତିକାର ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ଅଟେ । ଯଦି ପ୍ରଶାସନିକ ଅଧିକାରୀ ନୀରବ ରହିବେ ତେବେ ଲୋକେ ଭରସା କରିବେ କାହାକୁ ? ଝାରବନ୍ଧ ବ୍ଳକର ଆର୍ଥିକସ୍ଥିତି ଦୁର୍ବଳ କହିଲେ ଚଳେ । ପ୍ରାୟ ୭୫ ଭାଗ ଆଦିବାସୀ ଗରିବ ସୀମାରେଖାତଳେ ଏ ଅଂଚଳ ଅବସ୍ଥିତ । ସେମାନେ ଏମ୍‌ଜିଏନ୍‌ଆର୍‌ଇଜିଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦୁପତ୍ର ତୋଳାଳୀ ବିଭିନ୍ନ ସରକାରୀ ବେସରକାରୀ କର୍ମଚାରୀଙ୍କ ବେତନ, ଖୁଚୁରା ବ୍ୟବସାୟୀମାନେ ଟଙ୍କା ସୁରକ୍ଷିତ ରହିବ ଭାବି ବିଶ୍ୱାସରେ ଜମା କରିଥାଆନ୍ତି କ୍ଷ ହେଲେ ଦୁଃଖ ଓ ପରିତାପର ବିଷୟ ଏହିକି ବ୍ୟାଙ୍କ ପରିଚାଳକଙ୍କୁ ଏ ବିଷୟରେ ପଚାରି ବୁଝିଲେ ସେ ହାତ ଟେକି ଦେବା ସହ ଅନ୍ୟପକ୍ଷେ ଆକାଉଣ୍ଟ ବନ୍ଦ କରିବାକୁ ପରାମର୍ଶ ଦେବା କେତେ ଯୁକ୍ତିଯୁକ୍ତ ଅଟେ । ଆପତ୍ତିକୁ ଗୁରୁତ୍ୱ ନ ଦେବା ଫଳରେ ଝାରବନ୍ଧ ଅଞ୍ଚଳର ଜଣାଶୁଣା ସମାଜସେବୀ, ଓକିଲ ଜୟକୁମାର ନିଗମ ଆସନ୍ତା ୧୨.୦୨.୨୦୨୧ ଠାରୁ ଆମରଣରେ ବସିବାକୁ ଜିଲ୍ଲାପାଳ ବରଗଡ, ଏସ୍.ପି ବରଗଡ, ଏସ୍.ଡି.ପି.ଓ ପଦ୍ମପୁର, ଉପଜିଲ୍ଲାପାଳ, ପଦ୍ମପୁର, ରିଜିନାଲ ମ୍ୟାନେଜର ବଲାଙ୍ଗୀର, ଏଲ.ଡି.ଏମ ବରଗଡ, ଆଇ.ଆଇ.ସି ଝାରବନ୍ଧ, ବି.ଡି.ଓ ଝାରବନ୍ଧ, ତହସିଲଦାର ଝାରବନ୍ଧ, ବ୍ୟାଙ୍କ ପରିଚାଳକ ଅମଠୀକୁ ଲିଖିତ ଭାବେ ଜଣାଇଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.