oom

ପି.ଆର. ହାଇସ୍କୁଲ ଓ ଚନ୍ଦନଭାଟି ହାଇସ୍କୁଲକୁ ପୌଷ୍ୟ ଭାବେ ଗ୍ରହଣ କଲେ ନରସିଂହ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଚାଲିଥିବା ମୋ ସ୍କୁଲ ଯୋଜନା ଅନ୍ତର୍ଗତ ପୌଷ୍ୟ ସ୍କୁଲ ଗ୍ରହଣ କାର୍ୟ୍ୟକ୍ରମରେ ରାଜ୍ୟ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ସହରର ପୃଥ୍ୱୀରାଜ ହାଇସ୍କୁଲ ଏବଂ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ସରକାରୀ ପଂଚାୟତ ହାଇସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ପୌଷ୍ୟ ସ୍କୁଲ ଗ୍ରହଣ କାର୍ୟ୍ୟକ୍ରମରେ ସରକାରଙ୍କ ଦ୍ୱାରା ବିଧାୟକମାନଙ୍କୁ ଆହ୍ୱାନ କ୍ରମେ ଶ୍ରୀ ମିଶ୍ର ଏ ଉଭୟ ହାଇସ୍କୁଲକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିବା ପାଇଁ ଜାନୁୟାରୀ ୨୮ ତାରିଖ ଦିନ ବିଭାଗକୁ ଚିଠି ମାଧ୍ୟମରେ ନିଜର ଇଚ୍ଛା ଜାହିର କରିଥିଲେ । ଏ ଉଭୟ ସ୍କୁଲର ଭିତ୍ତିଭୂମି ସାଙ୍ଗକୁ ସ୍କୁଲର ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଉନ୍ନତି କରାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଏ ଅଂଚଳର ଉଭୟ ହାଇସ୍କୁଲ ବହୁ ପୁରାତନ । ଉଭୟ ହାଇସ୍କୁଲ ଜିଲ୍ଲା ତଥା ରାଜ୍ୟକୁ ଅନେକ କୃତି ଛାତ୍ର ଦେଇଛନ୍ତି ଯେଉଁମାନେ କି ପରବର୍ତ୍ତି ସମୟରେ ରାଜ୍ୟ ପ୍ରଶସନ ତଥା ସରକାରରେ ବିଭିନ୍ନ ଉଚ୍ଚ ପଦ ପଦବୀରେ ରହି ଅଂଚଳକୁ ସେବା ପ୍ରଦାନ କରିଛନ୍ତି । ସେ ନିଜେ ମଧ୍ୟ ପୃଥ୍ୱୀରାଜ ହାଇସ୍କୁଲରେ ଶିକ୍ଷା ଗ୍ରହଣ କରିଥିବାରୁ ବର୍ତ୍ତମାନ ମୋ ସ୍କୁଲ ଅଭିଯାନରେ ନିଜ ସ୍କୁଲକୁ ପୋଷ୍ୟ ଭାବରେ ଗ୍ରହଣ କରିଥିବାରୁ ଗର୍ବିତ ବୋଲି ଶ୍ରୀ ମିଶ୍ର କହିଥିଲେ । ଏ ସ୍କୁଲର ଶିକ୍ଷାଦାନ କ୍ଷେତ୍ରରେ କୌଣସି ବି ସୁଯୋଗ ହାତଛଡା କରାଯିବ ନାହିଁ ଏବଂ ଏ ଉଭୟ ହାଇସ୍କୁଲକୁ ସାରା ରାଜ୍ୟରେ ଉଦାହରଣ ସୃଷ୍ଟି କଳାଭଳିଆ ଏକ ଆଦର୍ଶ ସ୍କୁଲରେ ପରିଣତ କରାଯିବ ବୋଲି ବିଧାୟକ ଶ୍ରୀ ମିଶ୍ର କହିଛନ୍ତି ।

jittmm
Leave A Reply

Your email address will not be published.