ପି.ଏମ୍‌.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ

 ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପି.ଏମ୍‌.ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ସଭାପତିତ୍ୱରେ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ସମାହିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ରୂପେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସମ୍ମାନୀତ ଅତିଥି ରୂପେ ଯୋଗଦେଇ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ସଭିଁଙ୍କୁ ଉତ୍ସାହିତ କରିଥିଲେ । ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଅଜୟ କୁମାର ତ୍ରିପାଠୀ ଏବଂ ଦିଗପହଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଶଙ୍କର ନାରାୟଣ ବେଜ, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ ଏବଂ ସ୍କୁଲ୍ ଏସ୍‌ଏମ୍‌ସି ସଭାପତି ଉମା ଚରଣ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ଧରଣର ଷ୍ଟଲ୍ ଗୁଡିକ ଦେଖି ବିଧାୟକ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କୁ ପ୍ରଶଂସିତ କରିବା ସାଂଗକୁ ପିଲାଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ଼କ୍ଟର ଅଜୟ ତ୍ରିପାଠୀ ପିଲାମାନଙ୍କୁ ଏକ ସୁନ୍ଦର ଗପ ମାଧ୍ୟମରେ କହି ବୌଦ୍ଧିକ ଜ୍ଞାନ ଆହରଣ ଦେଇ ଗାନ୍ଧିଜୀଙ୍କ ବିଷୟରେ ଆଲୋକପାତ କରି ପିଲାଙ୍କୁ ନୀତିଶିକ୍ଷା ଦେଇଥିଲେ । ପରେ ଅତିଥିମାନଙ୍କ ଦ୍ଵାରା ବିଦ୍ୟାଳୟର ମୁଖପତ୍ର “ବାଲାଦିତ୍ୟ” “ଉନ୍ମୋଚନ ହୋଇଥିଲା । ଉତ୍ସବରେ ଅନ୍ତଃରାଷ୍ଟ୍ରୀୟ ସ୍ତରୀୟ ଓଡିଶୀ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଯୋଗଦେଇ ଦର୍ଶକଙ୍କୁ ବିମୋହିତ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କାର ବିତରଣ କରିଥିଲେ । ପି.ଏମ୍‌.ଶ୍ରୀ ଉତ୍ସବ ଏବଂ ବାର୍ଷିକ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ପୂର୍ଣ୍ଣ ସହଯୋଗରେ ସଫଳ ହୋଇଥିବା ଯୋଗୁଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଭିଁଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଥିଲେ ।

Leave A Reply

Your email address will not be published.