ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲାସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ଦାଦିଜୀ ହୋଟେଲ ଠାରେ ଏଫ୍ଇଏସ ଭୁବନେଶ୍ୱର ସହାୟତାରେ ମାସ ପାଇକମାଲ ତରଫରୁ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ମହିଳା ନେତ୍ରୀଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର ତଥା ପାଇକମାଲ ବ୍ଲକରୁ ୧୨ ଖଣ୍ଡ ଗ୍ରାମର ଗୋଷ୍ଠୀ ଜଙ୍ଗଲ ସମ୍ବଳ ପରିଚାଳନା କମିଟିରୁ ପ୍ରାୟ ୬୦ ଜଣ ମହିଳା ସଦସ୍ୟା ଯୋଗ ଦେଇଥିଲେ । ତିନିଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗାଁ ତଥା ମହିଳାଙ୍କ ସକାଶେ ଜଙ୍ଗଲର ଆବଶ୍ୟକତା, ତାର ସୁରକ୍ଷା, ସଂରକ୍ଷଣ, ପୁନଃଜନନ, ପରିଚାଳନା, କମିଟି ଗଠନ, ନୀତିନିୟମ ଓ ଯୋଜନା ପ୍ରସ୍ତୁତି ଉପରେ ଆଦିକନ୍ଦ ବିଶ୍ଵାଳ, ରେବତୀ ରାଉତ, ହିମାଞ୍ଜଳି ଦାସ, ଫକୀର ପ୍ରମୁଖ ମହିଳା ମାନଙ୍କୁ ବିଭିନ୍ନ ଖେଳ, ଗୀତ, ଗପ, ଦଳଗତ ଆଲୋଚନା, ବ୍ୟକ୍ତିଗତ ଉପସ୍ଥାପନା ମାଧ୍ୟମରେ ତାଲିମ ଦେଇଥିଲେ । ଏହାଦ୍ୱାରା ମହିଳାମାନେ ଜଙ୍ଗଲ ସୁରକ୍ଷା ଦିଗରେ ପୁରୁଷ ମାନଙ୍କ ସହ ସମତଳ ଦେଇ ଆଗକୁ ଅଗ୍ରସର ହେବା ସହ ଜଙ୍ଗଲକୁ ଉପଯୋଗ କରି ଜୀବନ ଜୀବିକାର ସୁରକ୍ଷା ଦିଗରେ ପଦକ୍ଷେପ ନେଇ ପାରିବେ ବୋଲି ମତାମତ ଦେଇଥିଲେ ।

Leave A Reply

Your email address will not be published.