ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ ଠାରେ ୨୪ରୁ ୩୦ ଡିସେମ୍ବର ୨୦୨୫ ଇତିମଧ୍ୟରେ ଶେଷ ହୋଇଯାଇଛି । ଏଥିରେ ଓଡିଶା ଦଳ ମୋଟ ୩୨ଟି ପଦକ ପାଇଛନ୍ତି । ଏହି ଦଳରେ ବଲାଙ୍ଗିରରୁ ୫ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ । ଏଥିରୁ ନୟନ ରାୟ କାଂସ୍ୟ ପଦକ ଓ ଅଂଶୁମାନ ସାହୁ ଏକ ସ୍ୱର୍ଣ୍ଣ ପଦକ ଆଣି ବଲାଙ୍ଗିର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିମାନଙ୍କୁ ଏବଂ କୋଚ୍‌ ଯୁଧିଷ୍ଠିର ଗୁରହାଣ୍ଡିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠି, ଖେଳ ଅଧିକାରୀ ପରସର ବାଗ, ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ସମ୍ବର୍ଦ୍ଧନା ଦେଇଥିଲେ ଏବଂ ବଲାଙ୍ଗିର ଜିଲ୍ଲା ଉଷୁ ସଂଘ ସଭାପତି ତପନ ପାଣିଗ୍ରାହୀ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.