ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ଖଣ୍ଡସିବାଞ୍ଜି ଗ୍ରାମରେ ସିର୍ଜିନା ବନ ବିହାର କାର୍ଯ୍ୟକ୍ରମରେ ୧୯ ଜଣ ସଭ୍ୟ ସଭ୍ୟାଙ୍କ ସହିତ ଗାଁର ଯୁବଗୋଷ୍ଠୀ ଓ ଗାଁର ଭଦ୍ର ମଣ୍ଡଳି ଯୋଗଦାନ କରିଥିଲେ । ଆଖଣ୍ଡଲ ଦାଶଙ୍କ ସଭାପତିତ୍ଵରେ ମନୋଜ୍ଞ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ସୁଶ୍ରୀ ରଞ୍ଜୁଲତା ସାହୁ ଓ ସମୀକ୍ଷା କରିଥିଲେ ଡ. ଅବନୀ କାନ୍ତ ସାହୁ । ମୁଖ୍ୟ ଅତିଥି ଭାବରେ ଗୌରାଙ୍ଗ ପାଣ୍ଡେ ଓ ସମ୍ମାନିତ ଅତିଥି ଭାବରେ ସନାତନ ବେହେରା ଯୋଗ ଦାନ କରିଥିଲେ । କବିତା ପାଠ ପରେ ଏକ ବୈଠକ ବସିଥିଲା । ଉକ୍ତ ବୈଠକରେ ସଂପାଦକ ରାଜେନ୍ଦ୍ର କୁମାର ମହାନ୍ତି ଆସନ୍ତା ଏପ୍ରିଲ ମାସ ୪ ଓ ୫ରେ ହେବାକୁ ଥିବା ସିରଜିନା ଉତ୍ସବ ଓ ଶିଶୁ ନାଟକ ପ୍ରତିଯୋଗିତା ବିଷୟରେ ଆଲୋଚନା କରିଥିଲେ । ଶେଷରେ ଖଣ୍ଡସିବାଞ୍ଜିରେ ବଣ ଭୋଜିର ଆୟୋଜନ କରାଯାଇଥିଲା । ଶଙ୍କର ଶତପଥି, ସହ ସମ୍ପାଦକ ପୋଲସ୍ତ୍ୟ ଶାହା, ଡ. ଅବନୀ କାନ୍ତ ସାହୁ, ନରୋତ୍ତମ ଦାଶ, ସନାତନ ବାରିକ, ଯେମନ୍ତ ସାହୁ, କିଶୋର ପାତ୍ର, ପଦ୍ମାବତୀ ଭଇଁସାଲ, ଦେବେନ୍ଦ୍ର ତ୍ରିପାଠୀ, ଆଶୁତୋଷ ପାଣିଗ୍ରାହୀ, ଶୁଭଙ୍କର ପୁରୋହିତ, ବେଣୁଧର ସାହୁ ଓ ଆକାଶ ବିଶି ସହଯୋଗ କରିଥିଲେ । ପରାୟଣ ଗାୟକ ନୀଳାମ୍ବର ଦାଶ ଭଜନ ପରିବେଷଣ କରଥିଲେ । ଗାଁର ଯୁବକ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।