jsm

ନୃସିଂହନାଥ ପୀଠରେ ନୂତନ ବର୍ଷକୁ ସ୍ୱାଗତ ପାଇଁ ସଜବାଜ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ନୃସିଂହନାଥ ମନ୍ଦିର ତରଫରୁ ଇଂରାଜୀ ନୂଆଁ ବର୍ଷକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାରର ସଜବାଜ କରାଯାଇଛି । ମୁଖ୍ୟତଃ ୨୦୨୬କୁ ସ୍ୱାଗତ କରି ବଣଭୋଜି ଜରିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ନୃସିଂହନାଥରେ ହେବାର ସମ୍ଭାବନା ଥିବାରୁ ମନ୍ଦିର ପରିସର, ବସଷ୍ଟାଣ୍ଡ, ପିକନିକ ସ୍ପଟ, ଦୋକାନ ଏରିଆ, ଆମ୍ବ ବଗିଚା ଏରିଆ, ବୁଟି ବାବା ହାରବଳ ଗାର୍ଡନ ଏରିଆ ରଥ ଦାଣ୍ଡ ପ୍ରମୁଖ ସ୍ଥାନ ସଫା ସୁତୁରା କରାଯାଇଛି । ଏଥିସହ ଭକ୍ତମାନେ ଭଗବାନଙ୍କୁ କିପରି ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇପାରିବେ ସେନେଇ ସେବାୟତ ମାନଙ୍କୁ ନିୟୋଜନ କରାଯାଇଛି ଓ ବହୁ ସଂଖ୍ୟାରେ ପୋଲିସ ମୃତୟନ ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ନରସିଂହନାଥ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଜଣାଇଛନ୍ତି । ଏନେଇ ପାଇକମାଲ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନଙ୍କୁ ଶାନ୍ତି ଶୃଙ୍ଖଳା ନେଇ କି କି ବ୍ୟବସ୍ଥା କରାଯାଇଛି ବୋଲି ପଚାରିବାରୁ, ଆମ ତରଫରୁ ଯାହା ସମ୍ଭବ ସବୁ କରାଯିବ ବୋଲି ସେ କହିଛନ୍ତି ।

yuvodaya
Leave A Reply

Your email address will not be published.