- ମାତ୍ର ୧୮ ଦିନରେ ୪ ନିୟୁତ ହିତାଧିକାରୀଙ୍କ ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ରୁତତମ ଦେଶ
- କ୍ରମାଗତ ହ୍ରାସ ପାଇ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୫୫ ଲକ୍ଷ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରିଛି । ମାତ୍ର ୧୯ ଦିନ ମଧ୍ୟରେ ଦେଶରେ ପ୍ରାୟ ୪.୫ ନିୟୁତ (୪୪,୪୯,୫୫୨) ହିତାଧିକାରୀଙ୍କ କୋଭିଡ-୧୯ ଟୀକାକରଣ ହୋଇପାରିଛି । ମାତ୍ର ୧୮ ଦିନରେ ତ୍ୱରିତ ପ୍ରକ୍ରିୟାରେ ୪ ନିୟୁତ ଲୋକଙ୍କ ଟୀକାକରଣ କରିବା କ୍ଷେତ୍ରରେ ବିଶ୍ୱରେ ଭାରତ ସର୍ବାଗ୍ରେ ରହିଛି । ଅନ୍ୟ କେତେକ ଦେଶ ଏଥିପାଇଁ ୬୫ ଦିନ ସମୟ ନେଇଛନ୍ତି । ଭାରତରେ ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ୨୦୨୧ ଜାନୁଆରୀ ୧୬ ତାରିଖରେ ଆରମ୍ଭ ହୋଇଥିଲା ।