ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ର ୮୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ ଛାତ୍ରମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ୨୧ ତାରିଖ ଦିନ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତତ୍‌କାଳୀନ ଶିକ୍ଷକ ବିଷ୍ଣୁପ୍ରସାଦ ସେଠ, କ୍ଷୀତିଶ ଚନ୍ଦ୍ର ମେହେର, ଶଙ୍କର ହୋତା, ବାମଦେବ ମିଶ୍ର, ରଘୁନାଥ ହୋତା ପ୍ରମୁଖ ଯୋଗଦାନ କରିଥିବା ବେଳେ ଶିକ୍ଷକମାନଙ୍କୁ ସସମ୍ମାନେ ମଂଚକୁ ଆମନ୍ତ୍ରଣ କରାଯାଇ ଫୁଲ ଚନ୍ଦନ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ପୁରାତନ ଛାତ୍ରସମୂହ । ତତ୍‌କାଳୀନ ଶିକ୍ଷକମାନେ ଛାତ୍ରମାନଙ୍କୁ ଆଶୀର୍ବାଦ ପ୍ରଦାନ କରିବା ସହ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ ପାଇଁ ଶୁଭେଚ୍ଛା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ରବିନ୍ଦ୍ର ମହାରଣା, ଧ୍ରୁବଚରଣ ମେହେର, ବୃନ୍ଦାବନ ବେହେରା, ଅଭିମନ୍ୟୁ ମଲ୍ଲିକ, ବିଭାସ ଚନ୍ଦ୍ର ଘଡ଼ାଇ, ଶତୃଘ୍ନ ସ୍ୱାଇଁ, ଶଙ୍କର ଦୋରା, ଶୁକଦେବ ଗୁରୁ ତଥା ଅନ୍ୟମାନେ ବିଶେଷ ସହଯୋଗ କରିଥିଲେ । ନାଚଗୀତ ଓ ପୁରୁଣା ସ୍ମୃତିରେ ଉତ୍ସବମୁଖର ହୋଇ ଉଠିଥିଲା ବନ୍ଧୁମିଳନ କାର୍ଯ୍ୟକ୍ରମ ।

Leave A Reply

Your email address will not be published.