ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ରାଧାରାଣୀ ପଡ଼ାରେ ଆରମ୍ଭ ହୋଇଛି ସ୍ନିଗ୍ଧା ଗ୍ଲାମ ଷ୍ଟୁଡିଓ ସଲୋନ ଆଣ୍ଡ ଏକାଡେମି । ଆଜି ଏହାର ଶୁଭାରମ୍ଭ ପୌରାଧ୍ୟକ୍ଷା ଲିକା ସାହୁ କରି ଏହାର ଉଦ୍ଘାଟନ କରିଥିଲେ । ଏହାକୁ ଇଣ୍ଟର ନେସନାଲ ମେକ୍ଅପ ଆଟିଷ୍ଟ ସ୍ନିଗ୍ଧା ପାଢ଼ୀ ପରିଚାଳନା କରିବେ । ସେ ନିଜେ ପୁନେରେ ଦି ବର୍ଷ ଟେନିଂ ନେଇ ଫେରିଛନ୍ତି । ତାଙ୍କର ଅଭିଜ୍ଞତା ଅନେକ ରହିଛି । ୱାଲ୍ଫଫାୟର ସ୍କିମ୍ ମଧ୍ୟମ ଗରିବ ଯୁବତୀମାନଙ୍କୁ ମାଗଣା ଟ୍ରେନିଂ ନେଇ ଏହି ସଂସ୍ଥାରେ ସୁଯୋଗ ନେଇପାରିବେ । ସେ ଦୀର୍ଘ ଦିନ ହେଲା ସେ ମେକଅପ ଲାଇନରେ କାମ କରୁଛନ୍ତି । ତେବେ ବଲାଙ୍ଗିର ଭଳି ଏକ ସହରରେ ଯେଉଁଠି ମେକଅପ ଆର୍ଟ କ୍ଷେତ୍ରରେ ଯୁବତୀମାନଙ୍କ ପାଇଁ ଅନେକ ସୁଯୋଗ ରହିଛି । ତେଣୁକରି ଏହାକୁ ଆପଣାଇ ଅନେକ ଯୁବତୀ ସେମାନଙ୍କର କ୍ୟାରିୟର ଗଠନ କରି ପାରିବେ ବୋଲି ସେ କହିଥିଲେ । ପୌରାଧ୍ୟକ୍ଷା ଲିକା ସାହୁ ତାଙ୍କର ଏହି ପ୍ରୟାସକୁ ପ୍ରଶଂସା କରିବା ସହିତ ତାଙ୍କର ଏହି ପାର୍ଲର ଷ୍ଟୁଡିଓ ଓ ଏକାଡେମୀରେ ଯୁବତୀମାନେ ଶିଖି ନିଜେ ଆତ୍ମ ନିର୍ଭରଶୀଳ ହୋଇପାରିବେ ଓ ଏ ସଂସ୍ଥାଟି ଆହୁରି ଆଗକୁ ଯାଉ ବୋଲି ଶୁଭେଚ୍ଛା କାମନା କରିଥିଲେ ।