pr

ନୂତନ ସହକାରୀ ନିବନ୍ଧକଙ୍କ କାର୍ଯ୍ୟଭାର ଗ୍ରହଣ

dr. purohit

ଭଦ୍ରକ : ଭଦ୍ରକ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟରେ ବିକାଶ ଚନ୍ଦ୍ର ନାୟକ ନୂତନ ଭାବେ ପଦଭାର ସମ୍ଭାଳିବା ଅବସରରେ କର୍ମଚାରୀ ତଥା ସମିତି ମାନଙ୍କରେ କର୍ମଚାରୀ ଓ ୟୁନିୟନ୍ କର୍ମକର୍ତ୍ତାଙ୍କ ଗହଣରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଉପ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ସଭାପତିତ୍ୱ କରିଥିଲାବେଳେ ରବିନ୍ଦ୍ର ଦାସ, ସନ୍ତୋଷ କୁମାର ଦାସ, ଶକ୍ତିଧର କାଣ୍ଡି, ବସନ୍ତ କୁମାର ରଣା, ଆଲୋକ ବଲ୍ଲଭ ସାହାଣୀ, ମୃତ୍ୟୁଞ୍ଜୟ ପଣ୍ଡା, ଅଭିଳାଷ ରଣା, ତାପସ କୁମାର ରାଉତ, ଇତିରେଖା ମଲ୍ଲିକ, ଶିବପ୍ରସାଦ ଲେଙ୍କା, ସଂଜୟ ଦାସ, ଗାୟତ୍ରୀ ପରିଡା, ତପନ କୁମାର ମହାନ୍ତି ପ୍ରମୁଖ ନିଜ ନିଜ ଭାଷଣ ରଖିଥିଲେ । ସେହିପରି ବାଲେଶ୍ୱର-ଭଦ୍ରକ ପ୍ରାଥମିକ ସେବା ସମବାୟ ସମିତି କର୍ମଚାରୀ ସଂଘର କର୍ମକର୍ତ୍ତା ସଭାପତି ନିରଂଜନ ସାହୁ, ସଂପାଦକ ଅରୁଣୋଦୟ ପାତ୍ର, ରାଜେନ୍ଦ୍ର କୁମାର ଖଣ୍ଡେଇ, ଭରତ ଚନ୍ଦ୍ର ପାତ୍ର, ଗୌରାଙ୍ଗ ନାୟକ, ବୃନ୍ଦାବନ ଭଳ, ପ୍ରକାଶଜ୍ୟୋତି ମହାକୁଡ, ପ୍ରକାଶ ଚନ୍ଦ୍ର ରାଉତ, ବିଷ୍ଣୁମୋହନ ଘଡେଇ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ । କୃଷି ଓ କୃଷକର ଉନ୍ନତି ସକାଶେ ସମବାୟ ସଂସ୍ଥା ଅଭିପ୍ରେତ ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟପକ୍ଷରେ ନିଷ୍ଠା ଓ ପରାକାଷ୍ଠାର ସହ କର୍ତ୍ତବ୍ୟ ପାଳନ କରିବା ପାଇଁ ନୂତନ ସହକାରୀ ନିବନ୍ଧକ ସଂକଳ୍ପ ବୋଧ ବୋଲି କହିଥିଲେ । ସମସ୍ତ ସହଯୋଗ କଲେ ଏହି ସର୍କଲ ସବୁ କ୍ଷେତ୍ରରେ ଉଚିତ୍ ପଦକ୍ଷେପ ନେଇ ଚାଷୀ ଓ ମୂଲିଆ ପାଇଁ ଉଚିତ୍ ପଦକ୍ଷେପ ନେଇପାରିବ ବୋଲି କହିଥିଲେ । ଏଥିରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସଭା ପରେ ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ପାଇଁ ସହକାରୀ ନିବନ୍ଧକ ଯାଇ ଭେଟିଥିଲେ ।

nrusinghnath
Leave A Reply

Your email address will not be published.