ବଲାଙ୍ଗିର, (କେପିଏନ୍ଏସ୍) : ଶିକ୍ଷାବିତ ତଥା ତରଭା ନାଗରିକ କମିଟିର ସଭାପତି ହରିବନ୍ଧୁ ପାଣିଗ୍ରାହୀଙ୍କ ପତ୍ନୀ ଲିଲି ପାଣିଗ୍ରାହୀ(୭୮)ଙ୍କ ଶନିବାର ସଂଧ୍ୟାରେ ପରଲୋକ ଘଟିଛି । ସେ ବଲାଙ୍ଗିର ସାମ୍ବାଦିକ ଗୌରବ ଶିବ ପ୍ରସାଦ ପାଣ୍ଡିଆଙ୍କ ମଧ୍ୟମ ଝିଅ ଅଟନ୍ତି । ଗତ କିଛି କିଛିଦିନ ତଳେ ସେ ଶାରୀରିକ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ସ୍ୱାମୀ ହରିବନ୍ଧୁ, ପୁଅ ସତ୍ୟନାରାୟଣ, ପୁତ୍ରବଧୂ ଜୁଲିଙ୍କ ସମେତ ଝିଅ କଲ୍ୟାଣୀ, ବୀଣାପାଣି, ରୀନା, ଭାରତୀଙ୍କ ସମେତ ଝିଅ ଜ୍ୱାଇଁ, ନାତିନାତୁଣୀ ତଥା ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ପାର୍ଥିବ ଶରୀର ତରଭା ଗଡ଼ଭିତର ସ୍ଥିତ ବାସ ସଭବନରେ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯାଇଥିଲା । ଶେଷରେ ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷକୃତ କୃତ୍ୟ ସମ୍ପନ୍ନ କରାଯାଇଥିଲା । ପୁଅ ସତ୍ୟନାରାୟଣ ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ତରଭା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି ।
Next Post