ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜାତୀୟ ସ୍ତରରେ କଳା ଓ ସଂସ୍କୃତି ପାଇଁ ସୁଖ୍ୟାତ ଅର୍ଜନ କରିଥିବା ଦୁଲଦୁଲି କଳା ପରିଷଦ ବଲାଙ୍ଗିର ପାଇଁ ପୁଣି ଥରେ ଗୌରବ ଆଣି ଦେଇଛି । ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସଂଗୀତ ନାଟକ ଏକାଡେମୀ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଏକାଡେମୀ ଏୱାର୍ଡ ୨୦୨୫ ପାଇଁ କଳା କ୍ଷେତ୍ରରେ ପାଣ୍ଡିତ୍ୟ କଳା ସଂଗଠନ ବଲାଙ୍ଗିରର ଦୁଲଦୁଲି କଳା ପରିଷଦକୁ ପ୍ରଦାନ କରାଯାଇଛି । ସେହିପରି କବିଚନ୍ଦ୍ର କାଳିଚରଣ ଯୁବ ପ୍ରତିଭା ସମ୍ମାନ ସ୍ୱରୁପା ସିଂ ଙ୍କୁ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ସୂର୍ଯ୍ୟବଂଶି ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବରେ ସିନେ ତାରିକା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବିଧାୟକ ବାବୁ ସିଂ ଓ ସଂସ୍କୃତି ବିଭାଗର ସଚିବ ଓ ସଂଗୀତ ନାଟକ ଏକାଡେମୀର ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଛତିଶଗଡର ରାଜଧାନୀ ରାୟପୁରଠାରେ ୨୦୨୨ ମସିହାରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି ୩ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପାଇଥିଲା । ଏହା ସହିତ ଭାରତ ବର୍ଷର ପ୍ରାୟ ରାଜ୍ୟରେ ନିଜର ଲୋକକଳା ପ୍ରଦର୍ଶନ କରି ଦୁଲଦୁଲି କଳା ପରିଷଦ ଅନେକ ପ୍ରଶଂସିତ ହେଉଛି । ଏହି ଖବର ପ୍ରସାରିତ ହେବାପରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତଥା ବ୍ୟକ୍ତି ବିଶେଷଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି ।
Next Post