ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ବୀରମହାରାଜପୁର ଠାରେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ପାଳନ ଉପଲକ୍ଷେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହାକୁ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଯୋଗଦେଇ ଶୁଭ ଉଦଘାଟନ କରି ବିକଶିତ ରାଷ୍ଟ୍ର ନିର୍ମାଣ ଓ ଆତ୍ମ ନିର୍ଭରଶୀଳ ଭାରତ ଗଠନ ଲାଗି ଶପଥ ପାଠ କରାଇଥିଲେ । ସମ୍ମାନିତ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା, ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳିନା ପଧାନ, ଡିଏଫ୍ଓ ମଦନ ଲାଲ୍ ଶର୍ମା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ଵିନୀ କୁମାର ମେହେର, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାଶ ଯୋଗ ଦେଇ ଏହି ଏକତା ପଦଯାତ୍ରାରେ ସାମିଲ୍ ହୋଇଥିଲେ । ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଭାରତ ବିକାଶର ଅବଦାନକୁ ମନେ ପକାଇବାର ଦିନ ଟିଏ ବୋଲି ଏଠାରେ ଅନୁଷ୍ଟିତ ଏକ ସଭାରେ ମତ ପ୍ରକାଶ କରିଥିଲେ । ଏହି ପଦଯାତ୍ରା ମିନି ଷ୍ଟାଡିୟମ୍ ଠାରୁ ଆରମ୍ଭ ହୋଇ ଆମ୍ବେଦକର ଛକ ସ୍ଥିତ ଡ଼. ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ସ୍ଥାନୀୟ ମହାବିଦ୍ୟାଳୟ – ଲାତୁରପେଟ ଗାୟତ୍ରୀ ମନ୍ଦିର (ପାନୀୟ ଜଳ / ଓ.ଆର୍.ଏସ୍. ଯୋଗାଣ) – ରଣାପାଲି ଛକ – ଉଫୁଲା ମାଉସୀ ମା ମନ୍ଦିର, ସ୍ଥାନୀୟ ବସଷ୍ଟାଣ୍ଡ, ଚମ୍ପାପୁର ଛକ – ଚମ୍ପାମାଲ ଶିବମନ୍ଦିର ବାଟେ ଆସି ପରେ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ପଦଯାତ୍ରା ସମାପ୍ତ ହୋଇଥିଲା । ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ଡିଡ଼ବ୍ଲୁଓ ଅଚ୍ୟୁତା ନନ୍ଦ ସିଂ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ଜିଲ୍ଲା ସଂଯୋଜକ ମାଇ ଯୁବ ଭାରତ, ସୁବର୍ଣ୍ଣପୁର କୃପାସିନ୍ଧୁ ସା, ସିଇଓ ଓରମାସ ସମୀର କୁମାର ନାଏକ, ଡିଏସ୍ଏସ୍ଓ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସ୍ମଲ୍ ସେଭିଂ ଅଫିସର ମଙ୍ଗଳ ପଧାନ ମଧ୍ୟ ପଦଯାତ୍ରାରେ ସାମିଲ୍ ହୋଇ ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଓ ବୀରମହାରାଜପୁର ବ୍ଲକସ୍ତରୀୟ ବହୁ ବୁଦ୍ଧିଜୀବୀ ଓ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଗତ ୩୧ ତାରିଖରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଟିତ ଗଣଦୌଡ଼ ପ୍ରତିଯୋଗିତର କୃତୀ ପ୍ରତିଯୋଗୀଙ୍କୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା, ଡ୍ରଇଂ, ଓ ରଚନା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଏହି ଐତିହାସିକ ଦିବସରେ ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।