ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧନା

ଭୁବନେଶ୍ୱର : ନିକଟରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ ଓଡିଶାର ସୁନାମଧନ୍ୟ ସ୍ଥପତି ସୁଦର୍ଶନ ସାହୁଙ୍କୁ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଂବର୍ଦ୍ଧିତ କରାଯାଇଛି । ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି ଓ ଭାରତ ସରକାରଙ୍କ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସୁଦର୍ଶନ ସାହୁଙ୍କୁ ଫୁଲଗୁଚ୍ଛ ଓ ଉତରିୟ ଦେଇ ସମ୍ମାନିତ କରିଥିଲେ । ପରେ ସୁଦର୍ଶନ ସାହୁଙ୍କ ଧର୍ମପତ୍ନୀ ଅର୍ଣ୍ଣପୂର୍ଣ୍ଣା ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଶିଳ୍ପୀ ଓ ବୁଣାକାର ମଧ୍ୟ ଶ୍ରୀଯୁକ୍ତ ସାହୁଙ୍କୁ ନିଜ ହାତ ତିଆରି ହସ୍ତକଳା, ଉତରିୟ ଓ ଫୁଲଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଛନ୍ତି । ଏହି ଅବସରରେ ଜୟଦେବ ବିହାର ସ୍ଥିତ ସୁଦର୍ଶନ ଆର୍ଟ ଓ କ୍ରାଫ୍ଟ ପରିସରରେ ଏକ ସଂବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।

Leave A Reply

Your email address will not be published.