ଯୁବତୀଙ୍କୁ ଧମକ ଓ ଅସମ୍ମାନ ନଗ୍ନ ଫଟୋ ପଠାଇ ବିବାହ ଭଙ୍ଗ : ଯୁବକ ବେଙ୍ଗଲୋରରୁ ଗିରଫ ଏବଂ କୋର୍ଟ ଚାଲାଣ

ଖପ୍ରଖୋଲ, (ଅଶୋକ କୁମାର ବାଗ)ବିବାହର ପ୍ରତିଶୃତି ଦେଇ ଜୋର ଜବରଦସ୍ତି ଶାରରୀକ ସମ୍ପର୍କ ରଖିଲା, ଆଉ ତା’ ପରେ ସବୁ କିଛି ନିଜ ମୋବାଇଲରେ କଏଦ କରି ଭାଇରାଲ କଲା ଆଉ ଏବେ ଜେଲଗଲା ଜଣେ ଯୁବକ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଥିବାବେଳେ ଘଟଣାକୁ ନେଇ ଏବେ ଚାରି ଆଡେ଼ ବେଶ୍‌ ଚର୍ଚ୍ଚା । ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ଥାନା ଅଧୀନ ଗମ୍ଭାରୀ ଗ୍ରାମର ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଅଭିଯୋଗ ଜଣେ ଯୁବକ ବିରୋଧରେ ଗୁରୁତର ମାମଲା ରୁଜୁ ହୋଇଛି । ଘଟଣା ୧୩ ନଭେମ୍ବର ୨୦୨୫, ଦିନ ୨.୧୫ରେ ଘଟିଥିବାବେଳେ, ପୀଡିତା ଖପ୍ରାଖୋଲ ଥାନାକୁ ପହଞ୍ଚି ଲିଖିତ ଅଭିଯୋଗ ଦେଇଥିଲେ । ପୀଡିତାଙ୍କ ଅଭିଯୋଗ ଅନୁସାରେ, ଓଡିଆପାଳି ଗ୍ରାମର ୨୬ ବର୍ଷୀୟା ସୁରଥ ନାଗ ତାଙ୍କ ସହ ବଳପୂର୍ବକ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ବିବାହ କରିବେ ବୋଲି ଆଶ୍ୱାସନ ଦେଇଥିଲେ । କିନ୍ତୁ ପରେ ସେ ବିବାହ କରିବାକୁ ଅସ୍ୱୀକାର କରି ର୍ଦୁବ୍ୟବହାର ଆରମ୍ଭ କରିଥିଲେ । ଅଭିଯୋଗରେ ଆହୁରି ଅକଳା ହୋଇଛି ଯେ, ସୁରଥ ନାଗ ପୀଡିତାଙ୍କ ନଗ୍ନ ଛବି ତାଙ୍କ ମୋବାଇଲରେ ରଖିଥିଲେ । ପୀଡିତାଙ୍କ ବିବାହ ବରଗଡ଼ ଜିଲ୍ଲାର ପାଇକମାଲ ଥାନା ଅଧୀନ ମାଣ୍ଡୋସିଲ ଗ୍ରାମର ଗିରିଧାରୀ ଭୋଇ ସହ ନିର୍ଦ୍ଧାରିତ ହେବାପରେ, ସୁରଥ ନାଗ ସେହି ଅସମ୍ମାନଜନକ ଛବିକୁ ବରପକ୍ଷଙ୍କୁ ପଠାଇ ଦେଇଥିଲେ । ଏହାର ପରିଣତିରେ ପୀଡିତାଙ୍କ ବିବାହ ସମ୍ପୂର୍ଣ୍ଣ ଭାବେ ବାତିଲ ହୋଇଯାଇଛି । ଘଟଣାରେ ମନୋବେଦନାକୁ ସହିବାକୁ ଅସମର୍ଥ ହୋଇ ପୀଡିତା ଖପ୍ରାଖୋଲ ପୋଲିସ ଷ୍ଟେସନକୁ ଆସି ଆଇନ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆବେଦନ କରିଥିଲେ । ପୋଲିସ ଘଟଣାର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ସୁଦୂର ବେଙ୍ଗଲୋର ଠାରୁ ଅଭିଯୁକ୍ତ ସୁରଥ ନାଗକୁ ଗିରଫ କରି ଖପ୍ରାଖୋଲ ଥାନାକୁ ଆଣି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ପ୍ରକାଶ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବା ସହିତ, ଯୁବତୀଙ୍କ ସୁରକ୍ଷା, ସମ୍ମାନ ଓ ଡିଜିଟାଲ ଅପରାଧ ବିରୋଧରେ କଡ଼ା କାନୁନୀ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପ୍ରତି ନୂଆ ଆଲୋଚନା ଆରମ୍ଭ ହୋଇଛି ।

Leave A Reply

Your email address will not be published.