ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ଗ୍ରାମ ପଞ୍ଚାୟତ ବାବେଘାଟି ଗାଁରେ ପାଣି ସମସ୍ୟା ଲାଗି ରହିଥିବାବେଳେ ଘରକୁ ଘର ପାଣି ପାଇପ ଲାଗିଛି । କେତେ ଘରକୁ ଜଳ ଯୋଗାଣ ହେଉଥିବାବେଳେ ସବୁଦିନ ପାଣି ଦିଆଯାଉନାହିଁ । ପାଇପ ପାଣିରେ ଦେଖିବାକୁ ମିଳିଛି ସାପ ଭଳିଆ ଜିଆ । ପ୍ରତ୍ୟେକ ଘରକୁ ସରକାର ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରୁଥିବାବେଳେ ବାସ୍ତବରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏଥିରେ ସରକାରୀ ଅଧିକାରୀ ସଠିକ୍ ଭାବରେ କେଉଁ କେଉଁ ଗାଁ ଜଳ ଯୋଗାଣ ଠିକ ଚାଲିଛି ତାହା ତଦାରଖ କରୁନାହାନ୍ତି । ଗାଁର ପ୍ରତ୍ୟେକ ଘରେ ଘରେ ପାଣି ପଏଣ୍ଟ ଲାଗିଛି କିନ୍ତୁ କାମକୁ ନୁହଁ । ଗାଁରେ ୧୩୨ ପରିବାର ବସବାସ କରୁଥିବାବେଳେ ୮୪୩ ଜନସଂଖ୍ୟା ରହିଛି । ଏଇ ଗାଁ କଥା ନୁହେଁ ବିଭିନ୍ନ ଗାଁରେ କେଉଁଠି ପାଣି ପହଞ୍ଚି ପାରୁ ନାହିଁ ତ ଆଉ କେଉଁଠି କୀଟ ପତଙ୍ଗ ବାହାରୁଛି । ସେଥିପାଇଁ ପ୍ରଶାସନ ଅଧିକାରୀ ସଜାଗ ହୋଇ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।