ଟିଟିଲାଗଡ଼, (ସଞ୍ଜୟ ନାୟକ) : ଟିଟିଲାଗଡ଼ ରେଳ ଷ୍ଟେସନରେ ଟ୍ରେନ ନମ୍ବର ୧୮୫୨୯ ଦୁର୍ଗ ବିଶାଖାପାଟନା ଲାଗିଲା । ଜଣେ ବୃଦ୍ଧ ରୋଗୀଙ୍କ ସହ ଦୁଇ ଜଣ ବୟସ୍କ ପରିଜନ ବିଶାଖାପାଟଣା ମେଡିକାଲକୁ ନେବା ପାଇଁ ଅପେକ୍ଷା କରିଥିଲେ । ଟ୍ରେନ ପହଞ୍ଚିବାପରେ ସେମାନେ ବୁକିଂ କରିଥିବା ଟ୍ରେନ କୋଚ ପ୍ରାୟ ୧୫୦ ମିଟର ଆଗରେ ଯାଇ ଅଟକିଲା । ତେବେ ରୋଗୀଙ୍କୁ ନେବାକୁ ନ ଥିଲା ହ୍ୱିଲ ଚେୟାର ନା ଅନ୍ୟ କିଛି ବିକଳ୍ପ । ତାଙ୍କ ସହ ଥିବା ଲୋକ ସବୁ ଆଶା ଛାଡ଼ି ଦେଇ କଣ କରିବେ ବୋଲି ଭାବି ପାରୁ ନ ଥିଲେ । ସେହି ସମୟରେ ପେଟ୍ରୋଲିଂ କରୁଥିବା ଜି ଆର ପି ଏଏସଆଇ ଉମାକାନ୍ତ ଯୋଶୀ ଏବଂ ତାଙ୍କ ସହକର୍ମୀ ସେହି ବୃଦ୍ଧ ରୋଗୀଙ୍କୁ ବୋହି ନେଇ ତାଙ୍କ ସଂରକ୍ଷିତ କୋଚକୁ ନେଇ ଟ୍ରେନରେ ବସାଇ ଦେଇଥିଲେ । ରାତି ପ୍ରାୟ ୧୨.୪୬ ସମୟର ଘଟଣା । ଯାହା ଫଳରେ ଉକ୍ତ ରୋଗୀଙ୍କୁ ବିଶାଖାପାଟଣା ନେବାରେ ସକ୍ଷମ ହୋଇଥିଲେ । ଏହା ଦେଖି ଉପସ୍ଥିତ ଥିବା ଲୋକେ ଜିଆରପି ଏଏସଆଇ ଉମାକାନ୍ତ ଯୋଶୀ ଓ ଅନ୍ୟ ଜି ଆର ପି କର୍ମଚାରୀଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ଆଜିବି ମଣିଷ ପଣିଆ ବଞ୍ଚିଛି, ଜଣେ ବୃଦ୍ଧ ରୋଗୀ ଯିଏ କି ୟୁରିନ ଇନଫେକସନରେ ପିଡୀତ ହୋଇ ପରିସ୍ରାକରି ପକାଉଥିଲେ ସଙ୍କୋଚ ନ କରି ଏହିଭଳି କାର୍ଯ୍ୟ ପାଇଁ ଶ୍ରୀ ଯୋଶୀଙ୍କୁ ପ୍ରଶଂସା କରିବା ସହ ମାନବ ଧର୍ମ କରିବା ସହ ନିଜ କର୍ତ୍ତବ୍ୟ କରିଛନ୍ତି ବୋଲି ତାଙ୍କୁ ଜନ ସାଧାରଣ ସାଧୁବାଦ୍ ଜଣାଉଛନ୍ତି ।