ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଆଇଡିଏଲ ପବ୍ଲିକ ସ୍କୁଲରେ ବିକାଶ ଏପ୍ଟିଚିୟୁଟ (ଜ୍ଞାନ କୌଶଳ) ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ୧୩ ଜଣ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ୱର୍ଦ୍ଧିତ କରାଯାଇଥିଲା । ବିଦ୍ୟା ବିକାଶ ଅନୁଷ୍ଠାନ, ଶାସନ, ସମ୍ବଲପୁର ଦ୍ୱାରା ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସ୍କୁଲ୍ର ଚେୟାରମେନ୍ ଦେବେନ୍ଦ୍ର ପଧାନ, ପ୍ରିନ୍ସିପାଲ୍ ଅନୁସୟା ପଧାନ, ବିଦ୍ୟା ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟର ମାର୍କେଟିଂ ମ୍ୟାନେଜର ସୁବଳ ପଧାନ, ପୀୟୁଷ ସିଂହ, ମିଷ୍ଟର ଜନସନ ଓ ଆଇଡିଏଲ ସ୍କୁଲ୍ର ଇଂରାଜୀ ଶିକ୍ଷକ ଯଶପାଲ୍ ଷଡ଼ଙ୍ଗୀ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରି ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଉତ୍ସାହିତ କରିଥିଲେ । ଆଦ୍ୟାସା ବାରିକ୍, ଆଦ୍ୟାସା ଅମାତ୍, ସ୍ଵପ୍ନା ପାଣ୍ଡେ, ଇସିକା ଇପିସା ମେହେର, ଆୟୁଷ୍ମାନ ମେହେର, ରାହୁଲ ମେହେର, ବିଶ୍ୱଜିତ୍ ସ୍ୱାଇଁ, ସ୍ଵସ୍ତିକ କୁମାର ସାହୁ, ଜେନିତ ଆରିୟନ୍ ଗୁରୁ, ମଧୁଛନ୍ଦା ବାଗ, କ୍ରିତିବାସ ପ୍ରଧାନ, ସୌମ୍ୟ ରଞ୍ଜନ ପ୍ରଧାନ, ଶ୍ଲେସା ସମର୍ପିକା ସାହୁ ପ୍ରମୁଖ ୧୩ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଛି । ବିଦ୍ୟା ବିକାଶ ଅନୁଷ୍ଠାନ, ଶାସନ, ସମ୍ବଲପୁର ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରାୟ ସମସ୍ତ ସ୍କୁଲ୍ ମାନଙ୍କରେ ଛାତ୍ରଛାତ୍ରୀଙ୍କ ଟ୍ୟାଲେଣ୍ଟ ବୃଦ୍ଧି ପାଇଁ ବିଭିନ୍ନ ପରୀକ୍ଷା ସବୁ ଆୟୋଜନ କରାଯାଉଥିବା ସୂଚନା ମିଳିଛି ।