ମା ସୁରେଶ୍ଵରୀଙ୍କ ମନ୍ଦିରରେ ଭବ୍ୟ କଲ୍ୟାଣ ମଣ୍ଡପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ସୁରେଶ୍ଵରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ ହଜାର ବର୍ଗ ଫୁଟର ଏକ ଭବ୍ୟ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସବ୍ୟସାଚୀ ନାଏକ, କନିଷ୍ଠ ଯନ୍ତ୍ରୀ ବିଶ୍ଵଜିତ ବେହେରା, ଏଇ ସନାତନ ପ୍ରଧାନ, ଏସଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଉପଜିଲ୍ଲାପାଳ ସୌମ୍ୟାରୂପା ରଥ, ତହସିଲଦାର, ଅତିରିକ୍ତ ତହସିଲଦାର, ଆରଆଇ, ରାଜସ୍ୱ ସୁପର ଭାଇଜର, ଦେବୋତ୍ତର ବିଭାଗ କମିଟି ସଦସ୍ୟ ବୈକୁଣ୍ଠ ଶତପଥୀ, ସତ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖଙ୍କ ସହ ବହୁ ସଦସ୍ୟ ଓ ସହରର ବୁଦ୍ଧିଜିବୀ ତଥା ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.