ଲିଟିଲ୍ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଧୁବାବାହାଲି ସ୍ଥିତ ଲିଟିଲ ଫ୍ଲାୱାର ଇଣ୍ଟରନେସନାଲ ସ୍କୁଲରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ” ଡ଼. ରମେଶ ଚନ୍ଦ୍ର ସ୍ୱାଇଁ ଓ ସୁଜାତାଶ୍ରୀ ପରିଡା ଇଂରାଜୀ ଅଧ୍ୟାପିକା ସମ୍ମାନିତ ଅତିଥି ଓ ବିଦ୍ୟାଳୟର ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଯୋଗଦେଇ ବିଜ୍ଞାନ ମେଳାର ଶୁଭାରମ୍ଭ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିଜ ନିଜର ବିଭିନ୍ନ ପ୍ରକାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ସମସ୍ତ ଶିଶୁମାନଙ୍କ ଅଭିଭାବକ ଅଭିଭାବିକା ଓ ବୁଦ୍ଧିଜୀବିମାନେ ପରିଦର୍ଶନ କରି ସମସ୍ତ ପ୍ରକଳ୍ପ ଉପଭୋଗ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ସେହରୁନ ନିଶା, ଅର୍ପନା ଭୋଇନା, ଚନ୍ଦ୍ରକାନ୍ତି କୁଶଳ, ଜ୍ୟୋତି କୁମାରୀ ଗୁପ୍ତା, ଅରୁଣିମା ଶଙ୍ଖୁଆ ଝିଲି ଜାଲ, ଅଳକା ଗୁରୁ, ସାମିଲ କୁମାର ଦାଶ, ରାଜକୁମାର ପାତ୍ର, ବିଜୟ ବଡ଼ମାଳୀ ଶିବୁ ସାହୁ ଓ ଅଭିଭାବକମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.