ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଶିରାବାହାଲ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟରେ ରବିବାର ଦିନ ବଲାଙ୍ଗିର ଜିଲ୍ଲାର ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ କିରାଣୀ ସଙ୍ଘର ବୈଠକ ଜିଲ୍ଲା ସଭାପତି ଦିଲୀପ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କିରାଣୀ ମାନଙ୍କ ଗ୍ରେଡ଼ ପରେ ଥିବା ଅସଂଗତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ବୈଠକରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ । ଜିଲ୍ଲା ସମ୍ପାଦକ ପ୍ରଦ୍ୟୁମ୍ନ ସାହୁଙ୍କ ପରିଚାଳନା କରିଥିବାବେଳେ ଶିରାବାହାଲ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।