ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସରେ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ପରିଚିତ ଗଣମାଧ୍ୟମ ବିନା ଗଣତନ୍ତ୍ରର ମୂଲ୍ୟବୋଧ କିଛି ନଥାଏ । ଯେକୌଣସି ଦେଶର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ଗଣମାଧ୍ୟମ । ଭାରତର ସ୍ୱାଧୀନତା ପ୍ରାପ୍ତିରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗଣମାଧ୍ୟମକୁ ସାମ୍ବିଧାନିକ ଅଧିକାର ମିଳି ନଥିଲେ ମଧ୍ୟ ଗଣମାଧ୍ୟମ କେବଳ ଚତୁର୍ଥ ସ୍ତମ୍ଭ ରୂପେ ପରିଚିତ ରହିଛି । ୧୯୬୬ ମସିହାରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ଗଠନ ହେବା ପରଠାରୁ, ପ୍ରତିବର୍ଷ ନଭେମ୍ବର ୧୬ ତାରିଖକୁ ଜାତୀୟ ପ୍ରେସ୍ ଦିବସ ରୂପେ ପାଳନ କରାଯାଇଆସୁଛି । ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଉଥିଲେ ମଧ୍ୟ ରାଉରକେଲା ସହରର ସେକ୍ଟର-୨୧ରେ ଥିବା ଗୁରୁ ନାନକ ପବ୍ଲିକ୍ ସ୍କୁଲ ତରଫରୁ ଜାତୀୟ ପ୍ରେସ୍ ଦିବସକୁ ପାଳନ କରାଯାଇ ଗଣମାଧ୍ୟମର ପ୍ରତ୍ୟେକ ସାମ୍ବାଦିକଙ୍କୁ ସମ୍ମାନିତ କରାଯିବା ଗଣତନ୍ତ୍ରରେ ଗଣମାଧ୍ୟମର ମୂଲ୍ୟବୋଧ ରହିଛି ବୋଲି ସୂଚିତ କରାଏ । ଗୁରୁ ନାନକ ପବ୍ଲିକ୍ ସ୍କୁଲ, ରାଉରକେଲାର ପ୍ରଥମ ସ୍କୁଲ, ଯିଏ ଜାତୀୟ ପ୍ରେସ୍ ଦିବସକୁ ପ୍ରତିବର୍ଷ ପାଳନ କରିବା ସହିତ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସମ୍ମାନିତ କରୁଛି । ସେଥିପାଇଁ ସାମ୍ବାଦିକମାନଙ୍କ ପକ୍ଷରୁ ଗୁରୁ ନାନକ ପବ୍ଲିକ୍ ସ୍କୁଲକୁ ଧନ୍ୟବାଦ ଅର୍ପଣ କରଯାଇଛି । ଆଜି ଗୁରୁ ନାନକ ପବ୍ଲିକ୍ ସ୍କୁଲ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ଅବସରରେ ପ୍ରତ୍ୟେକ ସାମ୍ବାଦିକଙ୍କୁ ପୁଷ୍ପଗୁଚ୍ଛ ଏବଂ ମୋମେଣ୍ଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିପାଇଁ ଗଣମାଧ୍ୟମର ପ୍ରତିନିଧିମାନଙ୍କ ତରଫରୁ ସ୍କୁଲର ପରିଚାଳନା କମିଟିର ଯୁଗ୍ମ ସମ୍ପାଦକ ଦେବିନ୍ଦର ସିଂହ, ପ୍ରିନ୍ସିପାଲ ଡକ୍ଟର ପାପରୀ ରାୟ ଚୌଧୁରୀ, କାର୍ଯ୍ୟକାରୀ ସଭ୍ୟ ତେଜିନ୍ଦର ସିଂହ, ଚମକର ସିଂହ, ସୁଖବିନ୍ଦର ସିଂହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.