ଜନ ଜାତୀୟ ଗୌରବ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଉତ୍ସବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଖଲିଆଭଟା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ ଜାତୀୟ ଗୌରବ ଦିବସ ଏବଂ ସହଭାଗୀ ଭାବେ ଅଭିଭାବକ କାର୍ଯ୍ୟକ୍ରମ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସର ଉତ୍ସବରେ ଅଗ୍ରପୁଜ୍ୟ ଗଜାନନଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇ ବିର୍ସା ମୁଣ୍ଡା ଶିବିର ସଭା ଆରମ୍ଭ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧର୍ମେନ୍ଦ୍ର ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଜୟପାଟଣା ବ୍ଲକ ଆଦିବାସୀ ସଙ୍ଘ ସଭାପତି ମନୋଜପାତ୍ର, ମୁଖ୍ୟ ବକ୍ତା ଭାବେ ଅଂଚଳର ଘୁମୁରା ଗୁରୁ, କବି, ସାହିତ୍ୟିକ ତୀର୍ଥରାଜ ଦଳପତି, ସମ୍ମାନୀୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ଅସରଫ ଅଲ୍ଲୀ, ଏସ. ଏସ. ଡି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା, ବରିଷ୍ଠ ଶିକ୍ଷକ ଚୈତନ୍ୟ ମାଝୀ, ସତ୍ୟାନନ୍ଦ ମାଝୀ, ବିଶ୍ୱନାଥ ଦିଆରୀ, ଖିରୋଦ ବେଶ୍ରା, ଗୌରୀ କେଶ ୱାଲ, ଉପସଭାପତି ପୁଷ୍ପାଞ୍ଜଳି ପୁଝାରୀ, ତୁଲସା ଶବର, ରଜନୀ ଦିଶାରୀ ଯୋଗଦେଇଥିଲେ । ୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ବିର୍ସା ମୁଣ୍ଡା, ତତ୍କାଳୀନ ବିହାରର ରାଞ୍ଚି ନିକଟସ୍ଥ ଉଲିହାଟୁ ଗ୍ରାମରେ ପିତା କର୍ମୀ ହାଟୁ ଓ ମାତା ମୁଗନା ମୁଣ୍ଡାଙ୍କ କୋଳ ମଣ୍ଡନ କରିଥିଲେ । ତୁଳସୀ ଦୁଇପତ୍ରରୁ ବାସେ ଭଳି ବିର୍ସାମୁଣ୍ଡାଙ୍କ ପିଲାଦିନରୁ ଚାଲିଚଳନ, ନିର୍ଭିକ ପଣିଆ, ସ୍ପଷ୍ଟ ବାଦିତା, ଯୋଗୁଁ ଅଳ୍ପ ଜୀବନକାଳ ମଧ୍ୟରେ ଆଦିବାସୀ ବର୍ଗର ଲୋକମାନଙ୍କ ସାମାଜିକ ପରିବର୍ତ୍ତନ, ବିକାଶ, ଶିକ୍ଷା, ବିଦେଶୀ ଶାସନରୁ ଆଦିବାସୀଙ୍କୁ ମୁକ୍ତ କରିବାପାଇଁ ଇଂରେଜମାନଙ୍କ ସହିତ ଲଢେଇ ଜାରି ରଖି, ଜଣେ କ୍ରାନ୍ତିକାରୀ ନେତା, ଏବଂ ଆଦିବାସୀ ଗୌରବର ପ୍ରତୀକ ରୂପେ ପରିଚିତ । ଯଦ୍ୱାରା ସେହି ମହାନ ଜନ ନାୟକଙ୍କ୧୫୦ତମ ଜୟନ୍ତୀ ଅବସରରେ ସମଗ୍ର ରାଜ୍ୟରେ ଜନ ଜାତୀୟଗୌରବ ଦିବସ ରୂପେ ପାଳନ କରାଯାଉଛି ବୋଲି ବରିଷ୍ଠ ଶିକ୍ଷକ ଚୈତନ୍ୟ ମାଝୀ ମର୍ମ ସ୍ପର୍ଶୀ ବକୃତା ପ୍ରଦାନ କରିଥିଲେ । ଏହି ଅବସରରେ ସହଭାଗୀ ରୂପେ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ଶିକ୍ଷା, ଦୀକ୍ଷା, ସଂସ୍କାର, ମହାପୁରୁଷମାନଙ୍କ ପଦାଙ୍କ ଅନୁକରଣ ତଥା ଭଲ ମଣିଷ ଗଢି ତୋଳିବା ପାଇଁ ଅଭିଭାବକ ମହଲରେ ଯଥେଷ୍ଟ ଧ୍ୟାନ ଦେବା ସହ, ଏହାକୁ ଆହୁରି ଦୃଢ଼ କରିବା ପାଇଁ ଶିକ୍ଷକ ଓ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ ଭୂମିକା ଉପରେ ବେଶ ଆଲୋଚ୍ୟ ହୋଇଥିଲା । ଏହି ଅବସରରେ ଛାତ୍ରଛାତ୍ରୀ, ଅଭିଭାବକ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପରିବେଶୀତ । ମନୋରଞ୍ଜନ କାର୍ଯ୍ୟକ୍ରମ ଗୁଡିକ ମନଲୋଭା ହୋଇପାରିଥିଲା । ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ରୂପଶ୍ରୀ ଆଚାର୍ଯ୍ୟ, ସହ ଶିକ୍ଷୟିତ୍ରୀ ଷଡ଼ ପୁଷ୍ପ ମଞ୍ଜରୀ ଦଳପତି, ନୀଳେଦ୍ରୀ ଶବର, ଅଞ୍ଜଳିପଣ୍ଡା, ବିଜ୍ଞାନ ଶିକ୍ଷୟିତ୍ରୀ ରୋଶନିମୁଣ୍ଡ, ମେଟ୍ରନ ସବିତା ଛତ୍ରିଆ, କ୍ରୀଡା ଶିକ୍ଷକ ସୁଷମ କୁମାର ଦଳେଇ, ସଂସ୍କୃତ ଶିକ୍ଷକ ପ୍ରଦୀପ କୁଅରଙ୍କ ସକ୍ରିୟ ସହଯୋଗ ଉତ୍ସବର ସମସ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇପାରିଥିବାବେଳେ ଶିକ୍ଷକ କୁନା ଅରେବେଡ଼ିଆ, ଅତିଥି ପରିଚୟ, ମଞ୍ଚପରିଚାଳନା କରିଥିଲେ । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.